29.1 C
Bhubaneswar
Saturday, April 27, 2024
Homeକରୋନାପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଅଧିକାରୀ କରୋନା ଆକ୍ରାନ୍ତ : ୪୮ ଘଣ୍ଟା ପାଇଁ ସିଲ ହେଲା...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଅଧିକାରୀ କରୋନା ଆକ୍ରାନ୍ତ : ୪୮ ଘଣ୍ଟା ପାଇଁ ସିଲ ହେଲା ଇଡି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଅଧିକାରୀ କରୋନା ଆକ୍ରାନ୍ତ । ଦିଲ୍ଲୀର ଲୋକନାୟକ ଭବନରେ ଥିବା ଇଡି ମୁଖ୍ୟାଳୟକୁ ସିଲ କରାଯାଇଛି । ୫ ଜଣ ଅଧିକାରୀ କରୋନା ପଜିଟଭ ଆସିବା ପରେ ଇଡ଼ି କାର୍ଯ୍ୟାଳୟକୁ ରବିବାର ପର୍ଯ୍ୟନ୍ତ ସିଲ କରାଯାଇଛି । ବର୍ତ୍ତମାନ ଏଠାରେ କାର୍ଯ୍ୟରତ ଅନେକ କର୍ମଚାରଙ୍କୁ କ୍ୱାରେଣ୍ଟ୍ଧବନରେ ରଖାଯିବା ସହ ବିଲ୍ଡିଂକୁ ସାନଟାଇଜ କରିବା ଆରମ୍ଭ କରାଯାଇଛି ।
ତେବେ କରୋନା ପଜିଟଭ ହୋଇଥିବା ୫ ଜଣଙ୍କର କୌଣସି ଲକ୍ଷଣ ନଥିଲା । ଏଥିସହ ସେମାନଙ୍କ ସସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ମାନ଼ଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟା ପରେ ସିଲ ହୋଇଥିବା ଇଡି କାର୍ଯ୍ୟାଳୟ ପୁଣି କାର୍ଯ୍ୟକାରୀ ହେବ ବୋଲି ଇଡି କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking