33.1 C
Bhubaneswar
Friday, April 26, 2024
Homeଅପରାଧକୁକୁରକୁ ହତ୍ୟା କଲେ ଯୁବତୀ

କୁକୁରକୁ ହତ୍ୟା କଲେ ଯୁବତୀ

ଉତ୍ତରାଖଣ୍ଡ : କୁକୁରକୁ ନିର୍ମମ ଭାବେ ହତ୍ୟା କଲେ ଯୁବତୀ । ଆଜିର ସମାଜରେ ମଣିଷ ଏତେ ହିଂସ୍ର ପାଲଟିଗଲାଣି ଯେ , ଜୀବକୁ ନିର୍ମମ ଭାବେ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହିଁ । ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରାଖଣ୍ଡ ଡେହରାଡୁନ ଜିଲ୍ଲାର ବିକାଶନଗର ବଜାର ଥାନା ଅନ୍ତର୍ଗତ ସିଂଗରା କଲୋନୀରେ ଦେଖାଯାଇଛି । ସ୍ଥାନୀୟ ଜଣେ ଯୁବତୀଙ୍କ ଘରେ କୁକୁରଟିଏ ପଶିଯିବାରୁ ତାକୁୂ ଧାରୁଆ ଅସ୍ତ୍ରରେ ଯୁବତୀ ହତ୍ୟା କରିଥିଲେ ।
ସେହି କଲୋନୀରେ ରହୁଥିବା ମନୀଷ ବଜାଜ କହିଛନ୍ତି ଯେ , ଗତକାଲି ସକାଳେ ସେ ନିଜ ଘରେ କିଛି କାମ କରୁଥିବା ବେଳେ ହଠାତ୍ ଗୋଟିଏ କୁକୁରର ପାଟି ଶୁଣିଥିଲେ । ଉକ୍ତ କୁକୁରଟି ସେହି ଅଞ୍ଚଳରେ ବାହାରେ ବୁଲାବୁଲି କରେ । କୁକୁରର ପାଟି ଶୁଣି ବାହାରକୁ ଆସି ଦେଖିବା ବେଳକୁ ଆମ ପଡ଼ୋଶୀ ବିନୟ କୁମାରଙ୍କ ଘରୁ ଆସୁଥିଲା । ତାଙ୍କ ଘର ପାଖକୁ ଯାଇ ଦେଖିଲା ବେଳକୁ କୁକୁରଟି ଲହୁଲୁହାଣ ଅବସ୍ଥାରେ ପଡ଼ିରହିଛି । ଆଉ କିଛି ସମୟ ପରେ କୁକୁରଟି ନିଜର ପ୍ରାଣ ହରାଇ ଦେଇଥିଲା । ଏହାକୁ ଦେଖି ମୁଁ ପାଟି କରିବାରୁ ଉକ୍ତ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଁଚି ପଶୁ କ୍ରୁରତା ନିୟମାନୁଯାୟୀ ଉକ୍ତ ମହିଳା ଓକିଲଙ୍କ ନାଁରେ ଏକ ମାମଲା ରୁଜୁ କରିଛି । ଧାରୁଆ ଅସ୍ତ୍ର ସହ ବାଡ଼ିରେ କୁକୁରକୁ ପିଟି ପିଟି ମାରିଥିବା ଅଭିଯୋଗରେ ଯୁବତୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଦୀପକ ମୈଠାଣୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking