27.1 C
Bhubaneswar
Thursday, April 25, 2024
Homeଓଡିଶାସଟ୍‌ଡ଼ାଉନରେ ଓମଫେଡ଼ ଖୋଲା

ସଟ୍‌ଡ଼ାଉନରେ ଓମଫେଡ଼ ଖୋଲା

ଭୁବନେଶ୍ୱର: ସଟ୍‌ଡ଼ାଉନରେ ଓମଫେଡ଼ ଖୋଲା । ଶନିବାର ଓ ରବିବାର ସଟଡ଼ାଉନ ବେଳେ ଓମଫେଡ଼ ପ୍ରଡ଼କ୍ଟ ବିକ୍ରି ପାଇଁ ଅନୁମତି ମିଳିଛି । ଜୁନ ମାସରେ ସଟ ଡ଼ାଉନ ବେଳେ କିଏ ଓମଫେଡ଼ ପ୍ରଡ଼କ୍ଟ ବିକିପାରିବେ ସେ ନେଇ ତାଲିକା ପ୍ରକାଶ କରାଯାଇଛି । ଭୁବନେଶ୍ୱରରେ ୨୬ଟି ରିଟେଲରଙ୍‌କ ଠିକଣା ସହ ମୋବାଇଲ ନଂ ଜାରି କରାଯାଇଛି । କେବଳ ତାଲିକାରେ ସ୍ଥାନୀତ ରିଟେଲର ଓମଫେଡ଼ ପ୍ରଡ଼କ୍ଟ ବିକ୍ରି କରିପାରିବେ ।
କରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟରେ ବଢିଚାଲିଛି । ରାଜ୍ୟରେ ୧୧ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀରରେ ସଂକ୍ରମଣ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ତରଫରୁ ଦୁଇ ଦିନିଆ ସଟଡ଼ାଉନ ଘୋଷଣା କରାଯାଇଛି ।

ଏଥିସହ ରାଜ୍ୟରେ ସଟଡ଼ାଉନ ଦୁଇଦିନରେ ମାଟ୍ରିକ ଖାତା ଦେଖା ମଧ୍ୟ ବନ୍ଦ ରହିବ । ସଟଡ଼ାଉନ ପାଇଁ ଆଜି ଓ କାଲି ଦୁଇ ଦିନ ରାଜ୍ୟରେ ମାଟ୍ରିକ ଖାତାର ମୂଲ୍ୟାୟନ କରାଯିବ ନାହିଁ । ମାତ୍ର ଏହି ୧୧ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ଖାତା ଦେଖା ଜାରି ରହିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking