43.9 C
Bhubaneswar
Friday, April 19, 2024
Homeକରୋନାକରୋନା ମାମଲାରେ ଇଟାଲୀକୁ ଟପିଲା ଭାରତ

କରୋନା ମାମଲାରେ ଇଟାଲୀକୁ ଟପିଲା ଭାରତ

ନୂଆଦିଲ୍ଲୀ: ଭାରତରେ ମାଡି ଚାଲିଛି କରୋନା । ଦିନକୁ ଦିନ ଏହା ଏମିତି ଭାବରେ ଗ୍ରାସ କରୁଛି ଯେ ଇଟାଲୀକୁ ବି ଟପିଯାଇଛି ଭାରତ । ଶୁକ୍ରବାର ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ୨.୩୫ ଲକ୍ଷ ଟପିଛି । ଏହାସହିତ କରୋନା ମାମଲାରେ ଭାରତ ଏବେ ଷଷ୍ଠ ସ୍ଥାନରେ ଆସିଛି । ଦେଖଇବାକୁ ଗଲେ ଏବେ ଚାଇନାକୁ ବି ଅତିକ୍ରମ କରିଛି ଭାରତ । ଆମେରିକାର ଜନ୍ ହପିକିନ୍ସ ୟୁନିଭରସିଟିର ବିଜ୍ଞାନ ଏବଂ ଇଂଜିନିୟରିଂ କେନ୍ଦ୍ର ଦ୍ୱାରା ହୋଇଥିବା ଆକଳନ ଅନୁଯାୟୀ, ଆମେରିକା, ବ୍ରାଜିଲ, ଋଷ୍‌, ସ୍ପେନ ଓ ବ୍ରିଟେନ ପରେ କରୋନା ଭାଇରସରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ଭାରତ ନିଜକୁ ସାମିଲ କରିଛି । ଶୁକ୍ରବାର ଭାରତୀୟ ସମୟ ଅନୁସାରେ, ରାତି ୧୦ଟା ୩ ମିନିଟ ଭିତରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨,୩୫,୫୪୦କୁ ପହଂଚିଛି । ଅନ୍ୟପଟେ ୬୬୪୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେହିଭଳି ୧,୧୨,୭୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଦେଶରେ ୯୮୮୭ଟି କରୋନା ଜନିତ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଶନିବାର ସକାଳ ୮ଟା ପର୍ଯ୍ୟନ୍ତ ୨୯୪ ଜଣ କରୋନାରେ ନିଜ ଜୀବନ ହାରିଥିବା ରିପୋର୍ଟ ସାମ୍ନାକୁ ଆସିଛି । ସିଏସଏସଇର ରିପୋର୍ଟ ଅନୁସାରେ, କରୋନା ସଂକ୍ରମିତ ମାମଲାରେ ଆମେରିକାରେ ସର୍ବାଧିକ ଲୋକ ସଂକ୍ରମିତ ହୋଇଥିଲେ । ଅର୍ଥାତ ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ ଶକ୍ତୀଶାଳୀ ରାଷ୍ଟ୍ର ଭାବେ ଜଣାଶୁଣା ଆମେରିକାରେ ଏପର୍ଯ୍ୟନ୍ତ ୧୮,୮୦,୭୦୩ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୧,୦୮,୪୯୬ ଜଣ ମୃତ୍ୟୁବରଣ କରିସାରିଛନ୍ତି । ଅନ୍ୟପଟେ ୪,୮୫,୦୦୨ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ତେବେ ବ୍ରାଜିଲରେ ଏବେ କରୋନାର ପ୍ରକୋପ ବଢିଚାଲିଛି । ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଏବେ ବ୍ରାଜିଲ ରହିଛି । ବ୍ରାଜିଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁଛି ଏବଂ ୩୪,୦୨୧ ଜଣଙ୍କ ମୃତ୍ୟୁ ଘଟିସାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking