26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦେଶରେ ୫.୩ କୋଟି ଲୋକ ବେକାର, ମହିଳାଙ୍କ ସଂଖ୍ୟା ଅଧିକ

ଦେଶରେ ୫.୩ କୋଟି ଲୋକ ବେକାର, ମହିଳାଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: କରୋନା କାଳରେ ଅନେକ କର୍ମଜୀବି ହରାଇଛନ୍ତି ଜୀବିକା । କରୋନା ମହାମାରୀର ପ୍ରଥମ ଲହର ବେଳରୁ ହିଁ ଲକ୍ଷ ଲକ୍ଷ କର୍ମଜୀବି ନିଜ ଜୀବିକା ହରାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ଜୀବିକା ହରାଇଥିବା ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରିନାହିଁ ଦେଶର ଅର୍ଥ ବ୍ୟବସ୍ଥା । ଇତିମଧ୍ୟରେ ଅନେକ ନୂତନ ଜୀବିକା ଆଶାୟୀ ଆସିଛନ୍ତି । ନୂତନ ନିଯୁକ୍ତିର ସୁଯୋଗ ପର୍ଯ୍ୟାପ୍ତ ପରିମାଣର ହୋଇ ପାରି ନଥିବାରୁ ଦେଶରେ ଗତ ଡିସେମ୍ବର ଶେଷ ସୁଦ୍ଧା ପାଖାପାଖି ୫.୩ କୋଟିରୁ ଊର୍ଦ୍ଧ୍ୱ ଲୋକ ବେକାର ରହିଛନ୍ତି ବୋଲି ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମୀ (ସିଏମ୍‌ଆଇଇ) ଦ୍ୱାରା ଜାରି କରାଯାଥିବା ରିପୋର୍ଟରୁ ପ୍ରକାଶ ।

ଆଶ୍ଚର୍ଯ୍ୟଜନକ ଭାବେ ବେକାରଙ୍କ ମଧ୍ୟରୁ ବୃହତ୍ ସଂଖ୍ୟକ ମହିଳା ଅଛନ୍ତି ବୋଲି ଜଣାପଡ଼ିଛି । ସିଏମ୍‌ଆଇଇ କହିଛି ଯେ ସମ୍ପ୍ରତି ଦେଶରେ ୩.୫ କୋଟି ଲୋକ ସକ୍ରିୟତାର ସହିତ ଜୀବିକା ସନ୍ଧାନରେ ଅଛନ୍ତି । ଅପରପକ୍ଷରେ ୧.୭ କୋଟି ଲୋକ କାମ କରିବାକୁ ଇଛୁକ, ମାତ୍ର ସକ୍ରିୟ ଭାବେ ଚାକିରୀ ସନ୍ଧାନରେ ନାହାନ୍ତି । ୫.୩ କୋଟି ବେକାରୀଙ୍କ ମଧ୍ୟରୁ ପାଖାପାଖି ୭.୯% ଅର୍ଥାତ୍  ୩.୫ କୋଟି ଲୋକଙ୍କୁ ରୋଜଗାର ଯୋଗାଇଦେବା ଉଚିତ୍ । ଯେଉଁମାନଙ୍କ ନିକଟରେ କୌଣସି ନିଯୁକ୍ତି ନାହିଁ ଓ ସେମାନେ ସକ୍ରିୟ ଭାବେ ନିଯୁକ୍ତି ଖୋଜୁଛନ୍ତି । ସିଏମ୍‌ଆଇଇ ନିଜର ସାପ୍ତାହିକ ବିଶ୍ଲେଷଣ ରିପୋର୍ଟରେ କହିଛି ଯେ ୧.୭ କୋଟି ଲୋକ ଯେଉଁମାନେ ସକ୍ରିୟ ଭାବେ ଜୀବିକା ଖୋଜୁନାହାନ୍ତି ସେମାନଙ୍କ ମଧ୍ୟରୁ ୫୩% ଓ ପାଖାପାଖି ୯୦ ଲକ୍ଷ ମହିଳାଙ୍କୁ ମଧ୍ୟ ଜୀବିକା ଯୋଗାଇ ଦେବା ଉଚିତ୍ ।

ମହିଳାମାନଙ୍କ ସଂଖ୍ୟାକୁ ନେଇ ସିଏମ୍‌ଆଇଇ କହିଛି ଯେ ଏତେ ସଂଖ୍ୟକ ମହିଳା ବେକାର ରହିବା ଅର୍ଥ ସେମାନଙ୍କୁ ଉପଯୁକ୍ତ କର୍ମସଂସ୍ଥା ମିଳୁନାହିଁ କିମ୍ବା ଚାକିରୀ କ୍ଷେତ୍ରରେ ସେମାନଙ୍କୁ ସାମାଜିକ ସୁରକ୍ଷା ମିଳିପାରୁନାହିଁ । ବିଶ୍ୱ ବ୍ୟାଙ୍କ୍‌ର ଉଦାହରଣ ଦେଇ ସିଏମ୍‌ଆଇଇ କହିଛି ଯେ ବୈଶ୍ୱିକ ସ୍ତରରେ ୨୦୧୯ରେ ୫୮% ବୋକରୀ ଓ ୨୦୨୦ରେ ୫୫% ବେକାରୀ ରହିଛି ଯାହା ଚିନ୍ତାଜନକ । ଦେଶରେ ୬୦% ନାଗରିକଙ୍କୁ ଜୀବିକା ମିଳିବା ହିଁ ସମୃଦ୍ଧତାର ଲକ୍ଷଣ ବୋଲି ସିଏମ୍‌ଆଇଇ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking