24.1 C
Bhubaneswar
Tuesday, May 24, 2022
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଚତୁର୍ଥ  ଦିନରେ ୧,୩୩,୫୭୪ ପ୍ରାର୍ଥୀ 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଚତୁର୍ଥ  ଦିନରେ ୧,୩୩,୫୭୪ ପ୍ରାର୍ଥୀ 

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାରିଦିନରେ ୧,୩୩,୫୭୪ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କେବଳ ଚତୁର୍ଥଦିନରେ ୫୮,୫୭୮ ପ୍ରାର୍ଥିପତ୍ର ଦାଖଲ ହୋଇଛି । ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି । ଚତୁର୍ଥ ଦିନରେ ୪୦,୭୩୨ ୱାର୍ଡମେମ୍ବର, ୮,୮୪୨ ସରପଞ୍ଚ, ୭,୮୩୨ ପଞ୍ଚାୟତ ସମିତିସଭ୍ୟ ଓ ୧,୧୮୨ ଜିଲ୍ଲା ପରିଷଦ ସଭ୍ୟ ମନୋନୟନପତ୍ର ଦାଖଲ କରିଛନ୍ତି । ଏମିତି ମୋଟ୍‌ ୫୮,୫୭୮ ପ୍ରାର୍ଥିପତ୍ର ଦାଖଲ ହୋଇଛି । ଜାନୁଆରୀ ୧୭ରୁ ଆରମ୍ଭ ହୋଇଥିବା ନାମାଙ୍କନ ଜାନୁଆରୀ ୨୧ରେ ଶେଷହେବ । ଅର୍ଥାତ୍ ଶୁକ୍ରବାର ଶେଷଦିନରେ ବାକି ରହିଥିବା ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ । ନିର୍ବାଚନରେ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତିସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ୨,୭୯,୩୫,୫୨୦ ମତାଦାତା ନିଜର ମତଦାନ ସାବ୍ୟସ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking