30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗମିିଳୁନାହାନ୍ତି ୬୨ ବ୍ରିଟେନ ଫେରନ୍ତା

ମିିଳୁନାହାନ୍ତି ୬୨ ବ୍ରିଟେନ ଫେରନ୍ତା

ନୂଆଦିଲ୍ଲୀ: ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ପତ୍ତା ମିଳୁନି । ସେମାନେ ଫୋନ୍ ଉଠାଉ ନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି । ସେମାନଙ୍କର କୌଣସି ଠିକଣା କି ସନ୍ଧାନ ମିଳୁନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ୧୮୧ ଜଣ ୟୁକେରୁ ଆସିଛନ୍ତି । ସେଥିରୁ ୧୧୯ ଜଣଙ୍କ ଟେଷ୍ଟ କରାଯାଇଛି । ସେଥିରୁ ୬ ଜଣ ପଜିଟିଭ ବାହାରିଛନ୍ତି । ବାକି ୬୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେଥିରୁ ଅଧିକାଂଶ କ୍ୱାରେଣ୍ଟିନ ସମୟ ସାରିଥିବାରୁ ଭୟ କରିବା ଅନାବଶ୍ୟକ । ସେମାନଙ୍କ ଭିତରେ କେହି ପଜିଟିଭ ମିଳିଥିଲେ ଜିନ୍ ସିକ୍ୟୁଏନ୍ସିଂ ହୋଇଥାନ୍ତା । ତେବେ ମହାମାରୀ କରୋନା ଗୋଟିଏ ପଟେ ଏବେ ବି ଭୟର ବାତାବରଣ ଜାରି ରଖିଥିବା ବେଳେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ମିଳିବା ନେଇ ସମସ୍ତେ ଏବେ ଚିନ୍ତାରେ ରହିଛନ୍ତି । ଏହାକୁ ନେଇ ଭାରତରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଉଡାଣ ଉପରେ ରୋକ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking