39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅରବପତି ରତନ ଟାଟା କଣ ପାଇଁ ବିବାହ କରିନଥିଲେ

ଅରବପତି ରତନ ଟାଟା କଣ ପାଇଁ ବିବାହ କରିନଥିଲେ

ନୂଆଦିଲ୍ଲୀ: ଟାଟାଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ବିବାହ କରିନଥିଲେ । ହେଲେ ଏହାର ଅର୍ଥ ନୁହେଁ ଯେ, ସେ କାହାକୁ ପ୍ରେମ କରିନଥିଲେ । ଏକ ସାକ୍ଷାତକାରରେ ସେ ନିଜେ ନିଜର ପ୍ରେମ କାହାଣୀ ବିଷୟରେ କହିଥିଲେ । ତାଙ୍କ ଜୀବନରେ ପ୍ରେମ ଥରେ ନୁହେଁ ବରଂ ଚାରି ଚାରି ଥର ହୋଇଥିଲା । ମାତ୍ର ତଠିନ ସମୟରେ ତାଙ୍କ ପ୍ରେମ ଭାଙ୍ଗି ଯାଇଥିଲା । ଏହାପରେ ସେ ଜୀବନରେ ଆଉ ବିବାହ ପାଇଁ ସ୍ଥିର କରିନଥିଲେ । ତାଙ୍କର ଆଜି ୮୩ ତମ ଜନ୍ମଦିନରେ ଚାଲନ୍ତୁ ଜାଣିବା କିଛି ରୋଚକ ତଥ୍ୟ ବିଷୟରେ ।
ଉଦ୍ୟୋଗପତି ରତନ ଟାଟାଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୭ ମସିହା ସୁରତ ରେ ହୋଇଥିଲା । ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ସଫଳତା ମଧ୍ୟ ହାସଲ କରିଥିଲେ । ଟାଟା ଗ୍ରୁପକୁ ସେ ସଫଳତାର ଶୀର୍ଷରେ ପହଂଚାଇଥିଲେ । ବ୍ୟବସାୟ ଦୁନିଆରେ ରତନ ଟାଟା ଖୁବ ଖ୍ୟାତି ଅର୍ଜନ କରିଥିଲେ । ମାତ୍ର ପ୍ରେମ ମାମଲାରେ ସେ ଅସଫଳ ରହିଥିଲେ । ପ୍ରେମ ସେ ମଧ୍ୟ କରିଥିଲେ । ମାତ୍ର ଏହାକୁ ବିବାହରେ ପରିଣତ କରିବାରେ ଅସଫଳ ରହିଥିଲେ । ପରେ ସେ ଅବିବାହିତ ରହିବାକୁ ଉଚିତ ମନେ କରିଥିଲେ । ଯଦି ସେ ବିବାହ କରିନେଇଥାନ୍ତେ ହୁଏତ, ସ୍ଥିତି ଜଟିଳ ହୋଇଥାନ୍ତା ବୋଲି ସେ କହିଥିଲେ । ସେ ଯେତେଥର ପ୍ରେମ କରି ବିବାହ ପାଇଁ ଆଗକୁ ବଢୁଥିଲେ ସବୁଥର କୌଣସି ନା କୌଣସି ଡର ପାଇଁ ସେ ପଛକୁ ଫେରି ଯାଉଥିଲେ । ସେ ଯେତେବେଳେ ଆମେରିକାରେ ଥିଲେ, ସେତେବେଳେ ସେ ପ୍ରେମକୁ ନେଇ ଅତି ଗଭୀର ଥିଲେ । ମାତ୍ର ତାଙ୍କ ପ୍ରେମିକା ଭାରତ ଆସିବାକୁ ଚାହୁଁନଥିଲେ । ସେହି ସମୟରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ମଧ୍ୟ ହୋଇଥିଲା । ଶେଷରେ ତାଙ୍କ ପ୍ରେମିକା ଆମେରିକାରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ସେ ଯେତେବେଳେ ୭ ବର୍ଷର ଥିଲେ , ସେତେବେଳେ ସେ ତାଙ୍କ ପିତାମାତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ତାଙ୍କର ଦାଦି ରତନ ଟାଟାଙ୍କର ପାଳନ ପୋଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking