34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ରାଜେଶ୍ କୁମାର ରାଉତ

ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ରାଜେଶ୍ କୁମାର ରାଉତ

ଯାଜପୁର : ବିଦ୍ୟୁତ ବିଭାଗର ବେପରୁଆ ନୀତି ଓ ଦାୟିତ୍ବହୀନତା ଯୋଗୁଁ ଆଜକୁ ପ୍ରାୟ ଦୁଇବର୍ଷ ହେବ ଜଣେ ଗରିବ ଭାଗ ଚାଷୀଙ୍କ ର ଜୀବନ ଚାଲି ଯାଇଛି କିନ୍ତୁ ରବି ମଲ୍ଲିକ ଙ୍କ ସ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଦେ଼ଇଙ୍କୁ ବିଦୁତ ବିଭାଗ ଆଜି ପର୍ଯ୍ୟନ୍ତ ଦୁଇବର୍ଷ ତଳେ ଦେଇଥିବା କଥା କୁ ଏଡାଇ ଦେଇ ଏକ ଗରିବ ଦଳିତ ପରିବାର ସ୍ତ୍ରୀ ଠାରୁ ସ୍ଵାମୀ କୁ ଛଡାଇ ନେଇ ଓ ୪ଟି ଝିଅ ଛୁଆ ଙ୍କ ଠାରୁ ତାଙ୍କ ବାପାକୁ ଛଡାଇ ନେଇ ବାପ ଛେଉଣ୍ଡ କରିଦେଇଛି ଏହି ପରିବାର ଏବେ ଅନ୍ୟର ହାତ ଟେକା ଉପରେ ନିର୍ଭର କରି ବୋହୂ କଷ୍ଟରେ ଜୀବନ କାଟୁଛନ୍ତି ।

କହି ରଖୁଛି କି କୋରେଇ ବ୍ଲକ ଅନ୍ତରଗତ ତୁଳତୀ ପଞ୍ଚାୟତ ର ରେହେମନ୍ ପୁର ଗ୍ରାମର ରବି ମଲ୍ଲିକ ୭/୧୨/୧୮ ରେ ପ୍ରତିଦିନ ଭଳି ସେଦିନ ନିଜ ବିଲକୁ ଧାନ କାଟିବା ଯାଇଥିଲା କିନ୍ତୁ ରବି ବିଲକୁ ଯିବା ବାଟରେ ପୂର୍ବରୁ ସେଇ ବିଲ ଦେଇ ଯାଇଥିବା ୧୧kv ତାର ଛିଡି ବିଲରେ ପଡ଼ିଥିଲା ଏହି ତାରର ସଂସ୍ପର୍ସ ରେ ରବି ଆସି ଯିବାରୁ ଘଟଣା ସ୍ଥଳରେ ରବି ପୋଡ଼ି ହୋଇ ସେଇ ବିଲରେ ପଡି ଛଟ ପଟ ହୋଇ ମୂର୍ତ୍ତି ବରଣ କରିଥିଲେ । ସେଇ ସମୟରେ ବିଦ୍ୟୁତ୍ ବିଭାଗର ଅଫିସର୍ ରବି ମଲିକ ଙ୍କ ଖବର ମୃତ୍ୟୁ ଖବର ପାଇ ରବିଙ୍କ ଘରେ ପହଞ୍ଚି ସାନ୍ତ୍ଵନା ଦେଇ ସ୍ବର୍ଗତ ରବି ମଲିକ ଙ୍କ ସ୍ତ୍ରୀ ଙ୍କୁ ବିଦ୍ୟୁତ୍ ବିଭାଗ କିଛି ଆର୍ଥିକ ଶହୋଜୋଗ ଦେବାସହ ତାଙ୍କ ପରିବାର ବଡ଼ଝିଅ କୁ ପାଠ ପଢି କମ୍ପ୍ୟୁଟର ଶିଖିଲେ ବିଦ୍ୟୁତ୍ ବିଭାଗରେ ନିଯୁକ୍ତି ଦିଆଯିବ କହିଥିଲେ କିନ୍ତୁ “ରାତ ଗେ଼ଇ ତୋ ବାତ୍ ଗେଇ ପରି ସେହି ଦିନଠାରୁ ବିଦ୍ୟୁତ୍ ବିଭାଗ ଯାଇଛି । ଆଜି ପର୍ଯ୍ୟନ୍ତ ଆଉ ଦେଖା ନାହିଁ ମଝିରେ ଯେଁଉ ଗୋଟିଏ ଥର ତାଙ୍କ ଘରକୁ ଆସିଥିଲେ କହିଲେ ଆମର ତ ଚାକି ନାହିଁ ତୁମକୁ କୋଉଠୁ ଆଣି ଦେବୁ । ରବିର ମୃତ୍ୟୁ ଦିନ ଗ୍ରାମ ବାସି ବୋହୁତ ବିରୋଧ ହୋ ହାଲା ଓ ତୁମର ଦୁଃଖର ବାତାବରଣ ଭିତରେ ଆମେ ତୁମକୁ ସାନ୍ତ୍ଵନା ଦେବା ପାଇଁ କହିଥିଲୁ ଏହି କଥା କହି ଏଡାଇ ଯାଇଥିଲେ , ବିଦ୍ୟୁତ୍ ବିଭାଗ ର କର୍ମଚାରୀ ଙ୍କ ଏହି କଥା ଶୁଣି ନନ୍ଦିନୀ ଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା କୋଉଠି କେମିତି ରୋଜଗ କରିବି ଏତେ ଟଙ୍କା କୋଉଠୁ ଆଣିବି ଝିଅକୁ ପାଠ ପଢ଼ାଇବା ସହ,ନିଜର ପରିବାର ପୋଷିବୁ ଏହି କଥା କହି ପାଗେଳି ପରି ସବୁବେଳେ ମୁଣ୍ଡରେ ହାତ ଦେଇ ଘର ପିଣ୍ଢାରେ ବସି କାନ୍ଦୁ ଛନ୍ତି ଆଉ ଏହି ସମୟ ରେ କୋରେଇ ବିଧାୟକ ଥିଲେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ସେ ମଧ୍ୟ ରବିଙ୍କ ଘରେ ପହଞ୍ଚି ବିଧାୟକ ପାଣ୍ଠିରୁ ଗୋଟିଏ ” ମୋ କୁଡିଆ” ଯୋଗାଇ ଦେବେ ବୋଲି କହିଥିଲେ କିନ୍ତୁ ସେ ଆଉ ବିଧାୟକ ନାହାନ୍ତି ସେ ଘର ବି ଆଉ ମିଳିବନି ଆଉ ସେତେବେଳେ ତାଙ୍କ ବଡ ଝିଅ ପୂଜା ମଲିକ କଲେଜ ରେ ପଢୁଥିଲେ କଲେଜ ର ମଧ୍ୟ ନିଅମ ଅଛି ଯେଁଉ ପରିବାର ଘରର ମୂରବୀ ଙ୍କ ଅକାଳ ବିୟୋଗ ହୁଏ ସେଇ ଛାତ୍ର ଛାତ୍ରୀଙ୍କ କିଛି ଆର୍ଥିକ ଶାହୋଜୋଗ ଦିଆ ଯିବା କଥା କିନ୍ତୁ ରବିଙ୍କ ଝି ଯାଜପୁର ରୋଡରେ ଥିବା “କଳିଙ୍ଗ ଇନିଷ୍ଟୁଚୁଟ ଅଫ ଇଞ୍ଜିନୟରିଂ ଆଣ୍ଡ ଟେକ୍ନଲୋଜି ରେ “ଇଲେ୍ଟ୍ରୋନିକ୍ସ” ରେ ଡିପ୍ଲୋମା ପଢୁଥିଲେ ସେତେେଳେ କଲେଜ କର୍ତୃପକ୍ଷ ମଧ୍ୟ କହିଥିଲେ କିଛି ଅର୍ଥରାଶି ଦେବେ କିନ୍ତୁ ସେବୀ ଥାକିଦେଲେ କଲେଜରେ ପୂଜାର ଏହି ବର୍ଷ ପାଠ ସରୁଛି କଲେଜ ମଧ୍ୟ କିଛି ଦେଲେ ନାହିଁ ପୂଜା ମଧ୍ୟ ତାଙ୍କ ଗ୍ରାମରୁ ବ୍ୟାସନଗର ୧୦ କିଲୋ ମିଟର ସାଇକେଲ ରେ ପ୍ରତିଦିନ ଖରା, ବର୍ଷା, ଶୀତ ରେ ଯାଇ କମ୍ପୁଟର ରେ “ପିଜିଡିସିଏ” କୋର୍ସ ପଢି ସାରିଲେଣି ଏତେ ସବୁ କରିବା ପରେ ପୂଜା ଭାବିଥିଲା ମୁଁ କଷ୍ଟକରି ପାଠ ପଢ଼ିଲେ ଯୋଗ୍ୟତା କରିଲେ ବିଦ୍ୟୁତ୍ ବିଭାଗରେ ଚାକିରି ମିଳିଲେ ମୁଁ ଆମ ଘରେ ରୋଜଗାର ଖ୍ୟାମ ହେଲେ ମୋ ମାର ଦୁଃଖ ଦୂର ହେବ, ମୋ ସାନ ଭଉଣୀ ଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବି ଓ ଆମ ପରିବାର ଭଲରେ ଗଣ୍ଡେ ଖାଇ ଶାନ୍ତିରେ ଚଳିବୁ କିନ୍ତୁ ଦୁଃଖର ବିଷୟ ଆଜକୁ ଦୁଇବର୍ଷ ବିତି ଗଲେ ମଧ୍ୟ ହତଭାଗା ନନ୍ଦିନୀ ଓ ତାର ପରିବାର କୁ କିଛି ସହାୟତା ମିଳିଲାନି , ବିଧବା ନନ୍ଦିନୀ ଙ୍କ ଘରେ ଚାରି ଜଣ ଝିଅ ଛୁଆ, ତାଙ୍କ ସ୍ଵାମୀ ବଡ ଝିଅକୁ ବଞ୍ଚିଥିବା ସମୟରେ ବିବାହ କରିଦେଇଥିଲେ ଆଉ ତିନିଜଣ ଝିଅ ଘରେ ଅଛନ୍ତି କୌଣସି ପୁରୁଷ ଲୋକ ନାହାନ୍ତି କିଏ ଅଫିସ ଅଫିସ ଦୌଡା ଦୌଡ଼ି କରି ଏହିସହାୟତା ରାଶି ପାଇଁ ଲଢିବ ଏହି ପରିସ୍ଥିତି ରେ ନନ୍ଦିନୀ ବିଭିନ୍ନ ଖବର କାଗଜରେ ବାହାରୁଥିବା ଖବର ଶୁଣିଲେ ବ୍ୟାସନଗର ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ ଶ୍ରଧୟ “ଟିକିନା” ଭାଇ ଗରିବ ନିସହାୟ ଲୋକଙ୍କ ପରିବାର ପାଖରେ ପହଞ୍ଚି ଗରିବ ପରିବାର ଙ୍କୁ ସାହାଯ୍ୟ କରୁଛନ୍ତି ଏହି ଖବର ଶୁଣି ନନ୍ଦିନୀ ରାଜେଶ୍ ଙ୍କ ପାଖରେ କିପରି ପହଞ୍ଚିବେ ସେ ବୁଝାବୁଝି କରି ତାଳଗଡ ପଞ୍ଚାୟତ ର କଲେଜ ଅଧ୍ୟାପକ ଶ୍ରୀ ଅଖୟ ଜେନା ଙ୍କୁ ଦାଇତ୍ୱ ଦେଲେ ଆପଣ ଟିକିନା ଭାଇଙ୍କୁ ଯୋଗାଯୋଗ କରି ଆମ ଦୁଃଖ ଖବର ଜାଣନ୍ତୁ ସେ ନିଶ୍ଚିନ୍ତ ଆମ କୁ ଏହି ଦୁଃଖରୁ ଦୂର କରିବେ ସାହାଯ୍ୟ କରିବେ ଏହି କଥା ଅକ୍ଷୟ ବାବୁ ଶ୍ରଧୟ ଟିକିନା ଭାଇଙ୍କୁ ଜଣାଇଲେ ଏହି ଖବର ପାଇ ଟିକିନା ଭାଇ ଓ ତାଙ୍କ ସାଥୀ ତାବିନ ସାମଲ ଆସି ତୁଳତୀ ଗ୍ରାମରେ ପହଞ୍ଚି ନନ୍ଦିନୀ ଙ୍କ ପରିବାର ସହ ମିଶିଲେ ସବୁକଥା ଶୁଣିଲା ପରେ ଟିକିନା ଭାଇ ନନ୍ଦିନୀ ଙ୍କୁ ସାହସ ଦେଲେ ମୁଁ ମୋ ପାରୁ ପର୍ୟ୍ୟନ୍ତ ତୁମ ପରିବାର କୁ ନ୍ୟାୟ ଦେବାକୁ ପ୍ରଶାସନ ସହ ଯୋଗାଯୋଗ କରିବି ଏହି କଥା କହିବା ସହ କହିଥିଲେ
,ଯଦି ବିଦ୍ୟୁତ୍ ବିଭାଗ ସ୍ବର୍ଗତ ରବୀ ଙ୍କ ପରିବାର କୁ କହିଥିବା ମୁତାବକ ଅର୍ଥରାଶି ଦିନଯାଏ, ବିଧାୟକ ଙ୍କ କହିବା ମୁତାବକ ମୋ କୁଡିଆ ଯୋଗାଇ ଦିଆ ନଯାଏ,କଲେଜ ରେ ସହାୟତା ଦିଆ ନ ଯାଏ ତାହେଲେ ନନ୍ଦିନୀ ଦେଇ ଓ ସମସ୍ତ ପରିବାର ଠାରୁ ଆରମ୍ଭ କରି ଗ୍ରାମ ବସି ସମସ୍ତେ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ କହିଛନ୍ତି । ଯଦି ପ୍ରଶାସନ ଏହି ଗରିବ ନିସହୟ ପରିବାର ଟିକେ ଧ୍ୟାନ ଦେବେ ତାହାହେଲେ ଏହିଁପରି ବାର ନିଶ୍ଚିନ୍ତ ସବୁ ସୁବିଧା ପାଇ ଭଲରେ ବଞ୍ଚି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking