33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଯାତ୍ରା କଳାକାର ଓ କର୍ମଚାରୀ ସଙ୍ଘ ଆନୁକୂଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ

ଯାତ୍ରା କଳାକାର ଓ କର୍ମଚାରୀ ସଙ୍ଘ ଆନୁକୂଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ

ନୟାଗଡ: ନୟାଗଡ ଜିଲ୍ଲା ଯାତ୍ରା କଳାକାର ଓ କର୍ମଚାରୀ ସଙ୍ଘ ଆନୁକୂଲ୍ୟରେ ନୟାଗଡ ନିକଟସ୍ଥ ସୋଲପଟା ପଞ୍ଚାୟତ ମା, ଭୁଇଁଆଣି ଙ୍କ ପୀଠରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧକ୍ଷ ଶ୍ରୀ ଯୁକ୍ତ ସୁବାଷ ଚନ୍ଦ୍ର କଁଅର ଯୋଗ ଦେଇ ଏବଂ ସନମାନିତ ଅତିଥି ଭାବରେ ଓଡିଶା ଯାତ୍ରା ଜଗତ ର ପ୍ରଖ୍ୟାତ ଷ୍ଟାଇଲସି ହିରୋ ବିନୋଦ କୁମାର ଯୋଗ ଦେଇ ସ୍ବର୍ଗତ ଜନା ର୍ଦନ ମିଶ୍ର ଙ୍କ ପ୍ରତିମୂର୍ତ୍ତି ରେ ଏବଂ ଜଗନ୍ନାଥ ଙ୍କ ମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।  ଏହି ବୈଠକ କୁ ସଭାପତିତ୍ୱ କରିଥିଲେ ପାଣ୍ଡଵ ସାର, ସଙ୍ଘ ର ସମ୍ପାଦକ ତଥା ଉପସ୍ଥାପକ ଏବଂ ଅଭିନେତା, ବିଜୟ କୁମାର ବିଶ୍ୱାଳ (ବିଜୁ ଭାଇ) ବୈଠକ କୁ ପରିଚାଳନା କରି ସଙ୍ଘ ର ଆଭିମୁଖ୍ୟ ବିଷୟରେ ଆଲୋଚନା କରି କଳାକାର ମାନଙ୍କୁ ଉତ୍ସାହିତ କରି କହିଥିଲେ  ଯେ ମୋତେ ମିଳୁ କି ନ ମିଳୁ ଫୁଲ ମାଳି, ମୋତେ ମିଳୁ କି ନ ମିଳୁ କର ତାଳି, ମୁ ନାଚିବି ମୁହଁରେ ରଙ୍ଗ ବୋଳି, ଏକା ଧାରାରେ କହିଥିଲେ । ଯେ କଳାରେ ଜନ୍ମ ମୋର, କଳାରେ ଲଭିବି ସମାଧି, କଳା ହିଁ ମୋକ୍ଷ, ମୋର କଳା ହିଁ ସର୍ବସିଦ୍ଧି, ଏବଂ କରୋନା ଯୋଗୁଁ ମଞ୍ଚ ବନ୍ଦ ଥିବାବେଳେ କଳାକାର ମାନେ ବହୁ ଅସୁବିଧା ର ସହ ଚଳୁଥିବାରୁ ସରକାର ପୁଣି ଥରେ ମଞ୍ଚ ଖୋଲି ଦେଲେ ସମସ୍ତ କଳାକାର ତାଙ୍କର ଜୀବନ ଜୀବିକା ନିର୍ବାହ କରି ପାରିବେ ବୋଲି କହିଥିଲେ, ସନମାନିତ ଅତିଥି ଯୋଗେନ୍ଦ୍ର ଲେଙ୍କା, ନିରଞ୍ଜନ ନାୟକ ଙ୍କୁ କଳାକାର ମାନଙ୍କ ଦ୍ୱାରା ସାନମାନିତକରା ଯାଇଥିଲା । ସମ୍ମାନିତ ଅତିଥି ଯୁଗଳ କିଶୋର ପ୍ରଧାନ, ନାଟକୀୟ ଶୈଳୀ ରେ କଳାକାର ମାନଂକୁ ଉତ୍ସାହିତ କରି ଥିଲା ବେଳେ, ଉପଦେଷ୍ଟା ଭାବରେ ସଦାଶିବ ତ୍ରିପାଠୀ, ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ସଂସାରୀ ସାହୁଙ୍କ ସମେତ ସତ୍ୟ ନାରାୟଣ ଦୋରା, ଭ୍ରମର ସାହୁ, ଆକାଶ ଜେନା ନିରଞ୍ଜନ ସାହୁ, ଦାଶରଥି ଡାକୁଆ, ପାଣୁଚରଣ ସାହୁ, ସଭାକୁ ସରସ ସୁନ୍ଦର କରିଥିଲା ବେଳେ କୋଷାଧକ୍ଷ ମନୋରଞ୍ଜନ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ଦିଲୀପ କୁମାର ସାହୁ ନିଜ ନିଜର କର୍ତବ୍ୟ ନିଷ୍ଠସହ କାର୍ଯ୍ୟ ରେ ଯୋଗ ଦେଇ ସୁଚାରୁରୂପେ ସମ୍ପାଦନ କରିଥିଲେ ।  ସଙ୍ଘ ର କାର୍ଯ୍ୟକାରିଣୀ ସଦସ୍ୟ ଜନ୍ମଜେୟ ଦଳେଇ ସାମ୍ବାଦିକ ତଥା ମିଡ଼ିଆ ବନ୍ଧୁ ମାନଂକୁ କୃତଜ୍ଞତା ଜଣାଇଥିଲେ ।   ପରି ଶେଷରେ ସଙ୍ଘର ସଭାପତି ପ୍ରମୋଦ ବେହେରା, ସମ୍ପାଦକ ବିଜୟ କୁମାର ବିଶ୍ୱାଳ ଅତିଥି ମାନଙ୍କ ଦ୍ୱାରା କଳାକାର ମାନଙ୍କୁ ଆଇ କାର୍ଡ ବଣ୍ଟନ କରାଯାଇଥିଲା ।  ଏହି ବୈଠକ ରେ 200ରୁ ଉର୍ଦ୍ଧ କଳାକାର ସାମିଲ ହୋଇ ଥିଲେ, ଶେଷରେ ପ୍ରମୋଦ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରି ଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking