43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକୋହଲି ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର

କୋହଲି ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର

ନୂଆଦିଲ୍ଲୀ: ଆଇସିସି ବିରାଟ କୋହଲୀଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର ଭାବରେ ଚୟନ କରିଛନ୍ତି । ଟ୍ୱିଟରରେ ଆଇସିସି ଏହା ଘୋଷଣା କରିଛି । ଏହା ବ୍ୟତୀତ ଧୋନିଙ୍କୁ ସ୍ପିରିଟ ଅଫ୍ ଦ କ୍ରିକେଟ ଆଓାର୍ଡ ଅଫ ଦ କ୍ରିକେଟ ଭାବରେ ଚୟନ କରାଯାଇଛି । ଏହି ଦୁଇ ଖେଳାଳୀଙ୍କ ବ୍ୟତୀତ ଆଇସିସି, ଷ୍ଟିଭ ସ୍ମିଥ୍‌ଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ ଟେଷ୍ଟ ପୁରୁଷ କ୍ରିକେଟର ଏବଂ ଆଫଗାନୀ ସ୍ପିନର ରାଶିଦ ଖାନ୍‌ଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ପୁରୁଷ କ୍ରିକେଟର ଭାବରେ ଚୟନ କରିଛି । ଚଳିତ ଦଶକରେ କୋହଲୀଙ୍କ ପ୍ରଦର୍ଶନ ଚମତ୍କାର ରହିଛି । ଦଶକ ମଧ୍ୟରେ କୋହଲୀ ଅଧିକ ଶତକ, ସବୁଠୁ ଅଧିକ ଅର୍ଦ୍ଧଶତକ ଏବଂ ସବୁଠୁ ଅଧିକ ଭଲ ପ୍ରଦର୍ଶନ କରି ରନ ମଧ୍ୟ ବନାଇଛନ୍ତି । ଦଶନ୍ଧି ମଧ୍ୟରେ କୋହଲୀ ୩୯ଟି ଶତକ ଓ ୪୮ଟି ଅର୍ଦ୍ଧଶତକ କରିଛନ୍ତି । ସେହିଭଳି ୧୨୨ଟି କ୍ୟାଚ୍ ନେବାରେ ବି ସଫଳ ହୋଇଛନ୍ତି । ଏହା ବ୍ୟତୀତ କୋହଲୀଙ୍କୁ ସର୍ବ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବରେ ବି ଚୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking