32.1 C
Bhubaneswar
Friday, April 26, 2024
Homeଓଡିଶାଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ଦୁର୍ଦ୍ଦାନ୍ତ ମାଓବାଦୀ

ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସ ନିକଟରେ ୪ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪ ଜଣ ମାଓବାଦୀ ଜିଲ୍ଲା ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ତରଫରୁ ଆରମ୍ଭ କରାଯାଇଥିବା ‘ଘରକୁ ଫେରିଆସ’ ଅଭିଯାନରେ ବହୁ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କଲେଣି। ତେବେ ଆଜି ଏରିଆ କମିଟି ମେମ୍ବର ବୁଧୁରା ସୋଡି ଓରଫ ସୋଡି ଭାସ୍କର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ବୁଧୁରା ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବୁଧୁରା ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି। ଏଥିରେ ହତ୍ୟା, ଲୁଟପାଟ, ମାରପିଟ, ବୋମା ବିସ୍ଫୋରଣ, ପୁଲିସ ଉପରେ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗ ସାମିଲ ରହିଛି। ସେହିପରି ସିଏନଏମ୍ ଅଧ୍ୟକ୍ଷ ମନକି ଆଲାମୀ, ସୁନ୍ଦର ପାଦାମୀ ଏବଂ ମୋଟି ମାଣ୍ଡବୀ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ମନକି ଆଲାମୀ ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ୩ ଜଣଙ୍କ ନାମରେ ମଧ୍ୟ ବହୁ ମାମଲା ରହିଥିବା ପୋଲିସ କହିଛି। ସଂଗଠନରେ ପୂର୍ବଭଳି କୌଣସି ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ କାମ କରାଯାଉନଥିବାରୁ ଏମାନେ ସଂଗଠନ ଛାଡିଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି। ପୋଲିସ ତରଫରୁ ସମସ୍ତଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking