29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ, ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ, ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଟକ ଜିଲାରେ ୨, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ରହିଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୧୮କୁ ବୃଦ୍ଧିପାଇଛି। କେବଳ କେରଳକୁ ବାଦ୍‍ ଦେଇ ସମଗ୍ର ଦେଶ ଏବଂ ଓଡ଼ିଶାରେ ନୂଆ ସଂକ୍ରମଣ ଓ କରୋନା ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି। ଦେଶରେ ତୃତୀୟ ଲହର ନଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଇତିମଧ୍ୟରେ କହିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୬, ବାଲେଶ୍ୱର ୧୭, ବରଗଡ ୮, ଭଦ୍ରକ ୭ ଓ କଟକରେ ୮୭ ଜଣ ଚିହ୍ନଟ ହୋଇଛନ୍ତି। ଦେବଗଡରେ ୨, ଢେଙ୍କାନାଳ ୯, ଜଗତସିଂହପୁର ୧୩, ଯାଜପୁର ୨୯ ଓ ଝାରସୁଗୁଡାରେ ୧୧ ଜଣ ଚିହ୍ନଟ ହୋଇଛନ୍ତି।

ସେହିଭଳି କେନ୍ଦ୍ରାପଡାରେ ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୬୧, କୋରାପୁଟ ୪ ଓ ମାଲକାନଗିରିରେ ଜଣେ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜ ଜିଲାରେ ୭, ନୟାଗଡ ୭, ପୁରୀ ୧୮, ରାୟଗଡା ୬ ଓ ସମ୍ବଲପୁର ଜିଲାରେ ୬ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁର ଜିଲାରେ ଜଣେ, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୫୬୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୫୯୬୩ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking