28.1 C
Bhubaneswar
Thursday, March 28, 2024
Homeଓଡିଶାଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଫସିଲେ ଯୁବକ

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଫସିଲେ ଯୁବକ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି କାଣ୍ଡ ଭିଆଇ ଥିବା ଜଣାପଡିଛି। ଯୁବତୀଙ୍କୁ ଭିଡିଓ ଭାଇରାଲ ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନଯାୟୀ, ବାରବାଟୀ ଗ୍ରାମର ଜଣେ ଯୁବତୀଙ୍କୁ ଭାବାନୀପାଟଣା ଜୁନାଗଡ ଅଞ୍ଚଳରେ ରହୁଥିବା ତାଙ୍କ ମାମୁ ପୁଅ ଏକତରଫା ଭଲ ପାଇବା ସହ ତାଙ୍କର ଅଶ୍ଳିଳ ଭିଡିଓ ଉଠାଇ ନେଇଥିଲେ । ସମ୍ପର୍କ ନରଖିଲେ ଭିଡିଓ ଭାଇରାଲ କରି ଦେବେ ବୋଲି ଯୁବକ ଜଣକ ଯୁବତୀଙ୍କୁ ବାଧ୍ୟ କରିଥିଲେ । ହେଲେ ଯୁବତୀ ଜଣକ ରାଜି ନହେବାରୁ ଯୁବକ ଜଣକ ଯୁବତୀଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଯୁବତୀ ପରିବାର ଲୋକ ଜାଣିବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଯୁବକକୁ ଗରିଫ କରି ପଚରା ଉଚରା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking