28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦେଶରେ ଦିନକରେ ୨୨ହଜାର ୭୭୧ଜଣ ଆକ୍ରାନ୍ତ ଚିହ୍ନଟ, ୪୪୨ ମୃତ

ଦେଶରେ ଦିନକରେ ୨୨ହଜାର ୭୭୧ଜଣ ଆକ୍ରାନ୍ତ ଚିହ୍ନଟ, ୪୪୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ହଜାର ୬୫୫କୁ ବୃଦ୍ଧିପାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୮ହଜାର ୩୧୫କୁ ବୃଦ୍ଧିପାଇଛି । ୨୪ଘଣ୍ଟାରେ ସର୍ବାଧିକ ୨୨, ୭୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୪୨ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ବତ୍ତର୍ମାନ ଦେଶରେ ୨ଲକ୍ଷ ୩୫ହଜାର ୪୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୩ଲକ୍ଷ ୯୪ହଜାର ୨୨୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଣିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୯୨ହଜାର ୯୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮, ୩୭୬ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୨୦୬ ଜଣ, ଅରୁଣାଚଳ ପ୍ରଦେଶରେ – ୧ଜଣ, ଆସାମରେ – ୧୪ ଜଣ, ବିହାରରେ – ୮୦ ଜଣ, ଚଣ୍ଡିଗଡ଼ରେ – ୬ ଜଣ, ଛତିଶଗଡ଼ରେ – ୧୪ ଜଣ, ଦିଲ୍ଲୀରେ – ୨୯୨୩ ଜଣ, ଗୋଆରେ – ୪ ଜଣ, ଗୁଜରାଟରେ – ୧୯୦୪ ଜଣ, ହରିୟାଣାରେ – ୨୫୫ ଜଣ, ହିମାଚଳ ପ୍ରଦେଶରେ – ୧୦ ଜଣ, ଜମ୍ମୁ ଓ କଶ୍ମୀରରେ – ୧୧୯ ଜଣ, ଝାଡ଼ଖଣ୍ଡରେ – ୧୫ ଜଣ, କର୍ଣ୍ଣାଟକରେ – ୨୯୩ ଜଣ, କେରଳରେ – ୨୫ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୫୯୩ ଜଣ, ମହାରାଷ୍ଟ୍ରରେ – ୮୩୭୬ ଜଣ, ମେଘାଳୟରେ – ୧ ଜଣ, ଓଡ଼ିଶାରେ – ୨୯ ଜଣ, ପୁଦ୍ଦୁଚେରୀରେ – ୧୨ ଜଣ, ପଞ୍ଜାବରେ – ୧୫୭ ଜଣ, ରାଜସ୍ଥାନରେ – ୪୪୦ ଜଣ, ତାମିଲନାଡୁରେ – ୧୩୮୫ ଜଣ, ତେଲେଙ୍ଗାନାରେ – ୨୮୩ ଜଣ, ତ୍ରିପୁରାରେ – ୧ ଜଣ, ଉତ୍ତରାଖଣ୍ଡରେ – ୪୨ ଜଣ, ଉତ୍ତରପ୍ରଦେଶରେ – ୭୪୯ ଜଣ ଏବଂ ପଶ୍ଚିମବଙ୍ଗରେ – ୭୧୭ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking