34.1 C
Bhubaneswar
Friday, March 29, 2024
Homeଓଡିଶାଆଜି ରାଜ୍ୟରେ ୫ ମୃତ୍ୟୁ ସହ ନୂଆ ୪୯୫ କରୋନା ପଜିଟିଭ କେସ୍ ଚିହ୍ନଟ

ଆଜି ରାଜ୍ୟରେ ୫ ମୃତ୍ୟୁ ସହ ନୂଆ ୪୯୫ କରୋନା ପଜିଟିଭ କେସ୍ ଚିହ୍ନଟ

ଭୁବନେଶ୍ୱର :  ଆଜି ପୁଣି ରେକର୍ଡ଼ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୨୪ ଟି ଜିଲ୍ଲାରୁ ୪୯୫ଟି କରୋନା ପଜିଟଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪୦ଟି କେସ୍ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏଥିସହ ରାଜ୍ୟରେ ଆଜି ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆଖି ବୁଜିଛନ୍ତି । ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮୬୦୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି ।ସେଥିମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୮୫୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ୪୯୫ଟି କେସ୍ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ଟି କେସ୍ ଚିହ୍ନଟ ହୋଇଛି । ଅନୁଗୁଳ ଜିଲ୍ଲାରୁ୨୪ ଜଣ , ବାଲେଶ୍ୱର ଓ କଟକରୁ ୧୩ ଜଣ ଲେଖାଏଁ , ବରଗଡ଼ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ , ଭଦ୍ରକ ଓ ଜଗତସିଂହପୁରରୁ ୧୨ ଜଣ ଲେଖାଏଁ , ଢେଙ୍କାନାଳ,ନୟାଗଡ଼ ଓ ଯାଜପୁରରୁ ଜଣେ ଲେଖାଏଁ , ଗଜପତିରୁ ୭ଜଣ , ଝାରସୁଗୁଡ଼ାରୁ ଓ କନ୍ଧମାଳରୁ ୮ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ ୧୧ ଜଣ , କେନ୍ଦୁଝର , ମାଲକାନଗିରି ଓ କୋରାପୁଟ ରୁ ୫ ଜଣ ଲେଖାଏଁ , ଖୋର୍ଦ୍ଧାରୁ ୫୦ ଜଣ ,ମୟୁରଭଞ୍ଜରୁ ୨୮ ଜଣ , ନବରଙ୍ଗପୁରରୁ ୧୧ ଜଣ , ପୁରୀ ଜିଲ୍ଲାରୁ ୧୮ ଜଣ ,  ସମ୍ବଲପୁର ୬ ଜଣ ଓ ସୁନ୍ଦରଗଡ଼ରୁ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।



ବର୍ତ୍ତମାନ ରାଜ୍ୟରେ ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮୬୦୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ୩୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୮୫୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking