ମଦ ବିକ୍ରିକୁ ବିରୋଧ କରି ଜଣଙ୍କ ଜୀବନ ଗଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାେବେଳ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗାଁ’ରେ ମଦ ବିକ୍ରୀ ଚାଲିଥିବାେବେଳ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ମଦ ବେପାରୀଙ୍କ କିଛି ସହଯୋଗୀ ବିରୋଧ କରୁଥିବା ଗୋଷ୍ଠୀଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀର ୬ଜଣ ଆହତ ହୋଇଥିଲେ । ଜଣଙ୍କର ମୃତ୍ୟୁ ଘଟିଥିଲା । ଖଲ୍ଲିକୋଟ୍ ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି ।

କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା