29.1 C
Bhubaneswar
Saturday, April 27, 2024
Homeଓଡିଶାଜୁଲାଇ ୩୧ରେ ଯୁକ୍ତଦୁଇ ରେଜଲ୍ଟ !

ଜୁଲାଇ ୩୧ରେ ଯୁକ୍ତଦୁଇ ରେଜଲ୍ଟ !

ଭୁବନେଶ୍ୱର :  ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ଏନେଇ +୨ ପରିଷଦ ପକ୍ଷରୁ ଉଦ୍ୟମ ଜୋରଦାର କରାଯାଇଛି । ଚଳିତବର୍ଷ ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩ ଲକ୍ଷ ୪୫ହଜାର ୬୭୨ । କରୋନା ଲାଗି ପରୀକ୍ଷା ବାତିଲ ଯୋଗୁଁ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯିବା ନିଷ୍ପତ୍ତି ହେବା ପରେ ଥିଓରୀ ଲାଗି ମାଟ୍ରିକ ରେଜଲ୍ଟ ଏବଂ ବିଷୟ ଭିତ୍ତିକ ନମ୍ବରକୁ ଆଧାର କରି ମାର୍କିଂ କରାଯିବ । ସେହିପରି ପ୍ରାକ୍ଟିକାଲ ମାର୍କ କଲେଜ କର୍ତ୍ତୃପକ୍ଷ ଉପରେ ନ୍ୟସ୍ତ କରାଯାଇଥିଲା । ଯୁକ୍ତ ଦୁଇ ମୂଲ୍ୟାୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିର୍ଭୁଲ ତଥ୍ୟ ଅପଲୋଡ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଉଦ୍ୟମ ହୋଇଛି ।

ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ଫଳ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଠିକ ସମୟରେ ଏବଂ ନିର୍ଭୁଲ ଭାବେ ରେଜଲ୍ଟ ପ୍ରକାଶ କରିବା ଲାଗି ପରିଷଦ ପ୍ରକ୍ରିୟା ଜାରି ରଖିଛି । ସେହିପରି ଚଳିତ ବର୍ଷର +୨ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ମଧ୍ୟ ଅନଲାଇନରେ ଉପଲବ୍ଧ ହେବ । ସିଏଚଏସଇର ୱେବ୍ ସାଇଟ୍‌ରୁ ପିଲାମାନେ ସେମାନଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ପାଇ ପାରିବେ । ସେମାନଙ୍କୁ କଲେଜ ଯିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି । ପୂର୍ବରୁ +୨ ପରୀକ୍ଷା ଏବଂ ଫଳ ପ୍ରକାଶ ନେଇ ପରୀକ୍ଷାର୍ଥୀ ଆଶଙ୍କା ପ୍ରକଟ କରୁଥିଲେ । ମାତ୍ର ରେଜଲ୍ଟ ପ୍ରକାଶ ପାଇବାର ଦିନ ଧାର୍ଯ୍ୟ ହେବା ପରେ ପିଲାଙ୍କ ମନରୁ ଭୟ ଦୂର ହୋଇଛି। ଅପରପକ୍ଷେ ରେଜଲ୍ଟ ପ୍ରକାଶ ପାଇବା ନେଇ +୨ ପରିଷଦ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩୧ ତାରିଖ ଅର୍ଥାତ ଶନିବାର ରେଜଲ୍ଟ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking