27.1 C
Bhubaneswar
Tuesday, May 7, 2024
Homeଓଡିଶା୧୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା

୧୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ ପଡ଼ୋଶୀ ଜିଲ୍ଳାରେ ବର୍ଷା ପରିମାଣ ବୃଦ୍ଧିପାଇଛି । ହେଲେ ଓଡ଼ିଶାରେ ପ୍ରବାହ ଅହେତୁକ ଭାବେ ହ୍ରାସ ପାଇଛି । ଜୁଲାଇର ତୃତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିଲା, ହେଲେ ଗତ ୨୪ ତାରିଖରୁ ପ୍ରବାହ ପୁଣି କମିଥିବା ପରିଲିକ୍ଷିତ ହୋଇଛି । ଫଳରେ ଏବେ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୨୧%ରେ ପହଞ୍ଚିଛି । ହାଲୁକା ମଧ୍ୟମ ହେଉ ପଛେ ଏବେ ସୁଦ୍ଧା ଓଡ଼ିଶାରେ ମୋଟ ୪୦୨.୧ ମିମି ବର୍ଷା ରେକର୍ଡ ହୋଇଛି । ବାୟୁମଣ୍ଡଳ ଉପରେ ଲମ୍ବିଥିବା ନିମ୍ନଚାପ ରେଖା ପ୍ରଭାବରେ ମୌସୁମୀ ପ୍ରବାହ ପୁନଃ ଜାରି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବୁଧବାର ରାଜ୍ୟର ଅଧା ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଏଚ୍ ସି ବିଶ୍ୱାସ କହିଛନ୍ତି ।

ବିଶେଷ କରି ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା ଓ ସମ୍ବଲପୁରର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଗୁରୁବାର ମଧ୍ୟ ରାଜ୍ୟର ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି, ବିଶେଷ କରି ଉତ୍ତର ପଶ୍ଚିମ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବା ଜଣାପଡ଼ିଛି । ସେପଟେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହାସହିତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ । ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ରାଜ୍ୟରେ ଏବେ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷଣୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking