32.1 C
Bhubaneswar
Friday, April 26, 2024
Homeଅପରାଧ୨ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର

୨ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର

ସୋର:ଲଭ, ସେକ୍ସ , ଧୋକ୍କା । ପ୍ରଥମେ ଭଲ ପାଇଲେ ପରେ ପରିବାରର ଅଜାଣତରେ ବିବାହ କଲେ । କିନ୍ତୁ ଏବେ ୨ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୂଆଗାଁରେ ଘଟିଛି ଏପରି ଘଟଣା ।

ପିଡୀତା କୋରାପୁଟର ଏକ ନର୍ସିଂହୋମରେ କାମ କରନ୍ତି । ଛୁଟିରେ ଗାଁକୁ ଆସିଥିବା ବେଳେ କାକୁଡିଆ ଗାଁର ସୁନୁ ନିଗମ ନାୟକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମ ସମ୍ପର୍କ ନିବିଡ ହେବା ପରେ ଦୁହେଁ ଦୁହିଁଙ୍କୁ କୋରାପୁଟର ଏକ ନୋଟାରିରେ ବିବାହ କରିଥିଲେ । ଏହାପରେ ସେଠାରେ ଘର ଭଡା ନେଇ ସ୍ୱାମୀ ସ୍ତ୍ରୀ ଭାବେ ଚଳୁଥିଲେ। ଏ ଭିତରେ ୨ମାସର ଗର୍ଭବତୀ ହୋଇଥିଲେ ପିଡୀତା।

ପରେ ପୁଅର ପରିବାର ଲୋକେ ବିବାହ ସମ୍ପର୍କରେ ଜାଣିବା ପରେ ତାକୁ ଜୋର ଜବରଦସ୍ତ ନେଇଯାଇଥିଲେ । କୌଣସି ଉପାୟ ନପାଇ ପିଡୀତା ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିବାରୁ ଯୁବକ ଫେରାର ଥିବା ଜାଣିବାକୁ ପାଇଲା ।ପୋଲିସ ଏବେ ଦାଦାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking