27.1 C
Bhubaneswar
Thursday, April 25, 2024
Homeଓଡିଶାମାଡ଼ିଗଲା ମୋ ବସ୍ ,ଗୁରୁତର ଅବସ୍ଥାରେ ବୃଦ୍ଧ

ମାଡ଼ିଗଲା ମୋ ବସ୍ ,ଗୁରୁତର ଅବସ୍ଥାରେ ବୃଦ୍ଧ

ଭୁବନେଶ୍ୱର :ରାସ୍ତାରେ ଯାଉଥିବା ସମୟରେ ବୃଦ୍ଧକଙ୍କୁ ଧକ୍କା ଦେଇଥିଲା ମୋ ବସ୍ । ଯାହା ଫଳରେ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  । ସୂଚନା ଅନୁଯାଇ ବୃଦ୍ଧ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ମୋ ବସଟି ବୃଦ୍ଧଙ୍କୁ ଧକ୍କା ଦେଇ ଖସିପଳାଇବା ପାଇଁ ଚେଷ୍ଟା କରୁଥିଲା । ସେହି ସମୟରେ  ସ୍ଥାନୀୟ ଲୋକ ବସଟିକୁ  ଅଟକାଇ ଥିଲେ । ମୋ ବସ୍ ବେପାରୁଆ ଭାବେ ଗାଡ଼ି ଚଳାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ବୃଦ୍ଧକ ଜଣଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି । ଏହାସହ ଘଟଣାର କ୍ଷତି ପୂରଣ ଦାବିରେ ୧ ଘଣ୍ଟା ଧରି ମୋ ବସକୁ ଅଟକାଇ ରଖି ସେଠାରେ ଉତ୍ତେଜନା ସୃଷ୍ଟି କରିଥିଲେ ସ୍ଥାନୀୟ ଲୋକେ । ଯାତାୟତରେ ବାଧାପ୍ରାପ୍ତ ହୋଇଥିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking