27.1 C
Bhubaneswar
Friday, May 1, 2026
Homeଓଡିଶାଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେତନଟୀ: ମୟୂରଭଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଶୋଇବା ଘରୁ ଜବତ ହୋଇଛି। ପାରିବାରିକ ଅଶାନ୍ତିରୁ ନିଜେ ଯୁବକ ନିଜ ଗାମୁଛାରେ ଫାଶୀ ଲଗେଇ ଜୀବନ ହାରିଥିବା ସନ୍ଦେହ କରାଯାଉଥିବା ବେଳେ ବୁଧବାର ଅପରାହ୍ନରେ ପୁଲିସ ଶବ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଛିl ମୃତ ବ୍ୟକ୍ତି ହେଲେ ପୁଅ ରାଜେନ୍ଦ୍ର (୨୪)l  ରାଜେନ୍ଦ୍ର ସାମାନ୍ୟ ଭାବେ ମାନସିକ ବିକାରଗ୍ରସ୍ତ ହୋଇଥିବାବେଳେ ସ୍ତ୍ରୀ ପ୍ରମିଳା ସହିତ ପ୍ରାୟତଃ ସବୁବେଳେ କଳହ ଲାଗି ରହୁଥିଲା l ଏମିତିକି ସେ ପ୍ରାୟ ସମୟରେ ନିଜ ସ୍ତ୍ରୀକୁ ରାସ୍ତା ଉପରେ ମଧ୍ୟ ମାରଧର କରୁଥିବାର ଲୋକ ଦେଖିଛନ୍ତିl ତେବେ ସବୁ ସମୟରେ ପାରିବାରିକ ଆଶାନ୍ତି ସହ୍ୟ କରି ନପାରି ପ୍ରମିଳା ନିଜ ୨ କୁନିକୁନି ଝିଅଙ୍କୁ ନେଇ ନିଜ ଉରାସ୍ଥିତ ବାପ ଘରକୁ ୧୫ଦିନ ପୁର୍ବରୁ ପଳେଇ ଯାଇଥିଲେl ରାଜେନ୍ଦ୍ର ତାର ବୁଢ଼ୀ ମା’ ବଉଳ ଦେହୁରୀ ସହିତ ଗାଁ ଘରେ ରହୁଥିଲାl

ତେବେ ଗତକାଲି ରାତିରେ ମା’-ପୁଅ ଖାଇ ସାରିବା ପରେ ବଉଳଘର ବାରଣ୍ଡାରେ ଶୋଇଥିବାବେଳେ ରାଜେନ୍ଦ୍ର ଘରେ କବାଟ କିଳି ଶୋଇଥିଲାl ବୁଧବାର ସକାଳୁ ବଉଳ ବିଛଣାରୁ ଉଠି ନିତ୍ୟକର୍ମ ସାରିବା ସହିତ ଘର କାମ ସାରି ଦିନ ୯ଟା ବେଳକୁ ବିଲ କାମକୁ ବାହାରିବା ପର୍ଯ୍ୟନ୍ତ ରାଜେନ୍ଦ୍ର ଘର କବାଟ ଖୋଲି ନଥିବା ଦେଖି କବାଟ ବାଡେଇ ତାକୁ ବାରମ୍ବାର ଡାକିଥିଲାl ହେଲେ ଭିତରୁ ନା କିଛି ଆବାଜ ଆସିଥିଲା ନା କବାଟ ଖୋଲି ଥିଲା ରାଜେନ୍ଦ୍ରl ବଉଳକୁ ସନ୍ଦେହ ହେବାରୁ ସେ ସାହି ପଡ଼ିଶା ଲୋକଙ୍କୁ ଡାକିଥିଲା ଓ ଘର କବାଟ ଭାଙ୍ଗିଥିଲା ଏବଂ ଦେଖିବାକୁ ପାଇଥିଲେ କି ରାଜେନ୍ଦ୍ର ଏକ ଗାମୁଛା ସାହାଯ୍ୟରେ ଘର ଛପର ରୁଅରେ ଫାଶୀ ଲଗାଇ ଜୀବନ ହାରି ଦେଇଛିl ତେବେ ଘଟଣା ସମ୍ପର୍କରେ ବୈଶିଙ୍ଗା ପୁଲିସକୁ ଖବର ଦେବାପରେ ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ରାଜେନ୍ଦ୍ରର ଝୁଲନ୍ତା ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛିl ପରେ ଏନେଇ ୩୫ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠେଇଛି ପୁଲିସl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking