26.1 C
Bhubaneswar
Wednesday, May 8, 2024
Homeଅପରାଧଅପହରଣକାରୀଙ୍କ ପଞ୍ଝାରୁ ଖସିଆସିଲା ୧୨ବର୍ଷୀୟା ନାବାଳିକା

ଅପହରଣକାରୀଙ୍କ ପଞ୍ଝାରୁ ଖସିଆସିଲା ୧୨ବର୍ଷୀୟା ନାବାଳିକା

ବେଙ୍ଗାଲୁର: ଦେଶ ତଥା ରାଜ୍ୟରେ ନାରୀ ପ୍ରତି ନିର‌୍ୟ୍ୟାତନା ଦିନକୁ ଦିନ ଅତି ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରରେ ଦେଖିବାକୁ ମିଳିଛି । ଜଣେ ୧୨ ବର୍ଷୀୟା ନାବାଳିକା ଅପହରଣକାରୀଙ୍କ କବଳରୁ ଖସି ପୁଲିସ୍ ଷ୍ଟେସନରେ ପହଞ୍ଚି ଶରଣ ପଶିଛି ।
ସୂଚନା ଅନୁସାରେ, ଡିସେମ୍ବର ୩ ତାରିଖରେ ନାବାଳିକା ଜଣକ ପୁଲିସ୍ ଷ୍ଟେସନରେ ପହଞ୍ଚିବା ପରେ ପୁଲିସ୍ ଏକ ମାମଲା ରୁଜ୍ଜୁ କରିଛି । ବେଙ୍ଗାଲୁର ସିଟି ପୁଲିସ୍ ଏ ସଂପର୍କରେ ଶୁକ୍ରବାର ସକାଳୁ ସୂଚନା ଦେଇଛି । ଅପହରଣକାରୀଙ୍କ ପଞ୍ଝାରୁ ଖସି ନାବାଳିକା ଜଣକ ପୁଲିସ୍ ଷ୍ଟେସନରେ ପହଞ୍ଚିବା ପରେ ପୁଲିସ୍ ଭାରତୀୟ ପିଙ୍ଗଳ କୋଡର ଧାରା ୩୮୪ ଓ ଧାରା ୩୬୩ ଅଧିନରେ ମାମଲା ରୁଜ୍ଜୁ କରିଛି।
ଏହି ଘଟଣା ପୂର୍ବରୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ଠାରେ ଆଉ ଏକ ଅପହରଣ ମଧ୍ୟ ହୋଇଥିଲା । ଚଳିତମାସ ଆରମ୍ଭରୁ ଜଣେ ହୋଟେଲ୍ ବ୍ୟବସାୟୀ କର୍ଣ୍ଣାଟକର ରାଜଧାନୀଠାରେ ତାଙ୍କର ଜଣେ ୧୩ ବର୍ଷୀୟ ସଂପର୍କୀୟ ଭାଇଙ୍କୁ ଅପହରଣ କରିବା ପାଇଁ ଏକ ଅପରାଧୀ ଦଳ ସହ ଯୋଗାଯୋଗ କରିଥିଲେ । ଅପହରଣକାରୀମାନେ ବ୍ୟବସାୟୀଙ୍କ ସଂପର୍କୀୟ ନାବାଳକ ଭାଇକୁ ଅପହରଣ କରି ନେଇଥିଲେ । ପରେ ପୁଲିସ୍ ଖୋଜାଖୋଜି କରି ୧୨ ଘଣ୍ଟା ମଧ୍ୟରେ ୧୩ ବର୍ଷୀୟ ନାବାଳକକୁ ଖୋଜି ପାଇବାରେ ସମର୍ଥ ହୋଇଥିଲା । ପୁଲିସ୍ ଏଯାବତ୍ କୌଣସି ଅଭିଯୁକ୍ତଙ୍କୁ ଧରି ଗିରଫ କରିଥିବା ସୂଚନା ଦେଇନାହିଁ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking