28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଚୀନ୍ ମହାକାଶଚାରୀଙ୍କୁ ୧୦୦ ପ୍ରକାର ଖାଦ୍ୟ

ଚୀନ୍ ମହାକାଶଚାରୀଙ୍କୁ ୧୦୦ ପ୍ରକାର ଖାଦ୍ୟ

ବେଜିଂ: ଚୀନ୍ ପ୍ରଥମ ଥର ତିନିଜଣ ମହାକାଶଚାରୀଙ୍କୁ ମହାକାଶସ୍ଥିତ ନିଜର ସ୍ପେସ୍ ଷ୍ଟେସନକୁ ପଠାଇଛି । ଏମାନେ ଗୁରୁବାର ଦୀର୍ଘ ସାତ ଘଣ୍ଟାର ଯାତ୍ରାପରେ ସ୍ପେସ୍ ଷ୍ଟେସନ ତିଆନ୍‌ହେରେ ପ୍ରବେଶ କରିଥିଲେ । ଆଗାମୀ ତିନି ମାସ ପର୍ଯ୍ୟନ୍ତ ଏମାନେ ସେଠାରେ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବେ । ତେବେ ମହାକାଶରେ ରହଣି ସମୟରେ ସେମାନଙ୍କ ପାଇଁ ୧୦୦ ପ୍ରକାର ଖାଦ୍ୟ ପଠାଯାଇଥିବା ଜଣାପଡିଛି । ଗତମାସ ତିଆନ୍‌ଝୌ-୨ ମହାକାଶ ଯାନ ଜରିଆରେ ଚୀନ୍ ୧୬୦ ଟି ଖାଦ୍ୟ ପାର୍ସଲ ସେଠାକୁ ପଠାଇଥିଲା । ଏହି ପାର୍ସଲଗୁଡିକର ମୋଟ ଓଜନ ୬.୮ ଟନ୍ ଥିଲା । ତିନି ମାସ ପର୍ଯ୍ୟନ୍ତ ଖାଦ୍ୟ ପ୍ୟାକେଟଗୁଡିକୁ ସତେଜ ରଖିବାକୁ ଏକ ସୁପର ରେଫ୍ରିଜେରେଟର ମଧ୍ୟ ସେଠାକୁ ପଠାଯାଇଛି ।

ମହାକାଶଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ବ୍ୟତୀତ ସେମାନଙ୍କର ପସନ୍ଦ ଖାଦ୍ୟ ଓ ଡ୍ରାଏ ଫୁଡ୍ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଛି । ନିଇ ହାଇସେଙ୍ଗ୍‌, ଲିଉ ବୋମିଙ୍ଗ୍ ଓ ତାଙ୍ଗ୍ ହୋଙ୍ଗ୍‌ବୋ ନାମକ ଏହି ତିନି ମହାକାଶଚାରୀଙ୍କ ପାଇଁ ଉକ୍ତ ସ୍ପେସ୍ ଷ୍ଟେସନରେ ୪.୨ ମିଟର ବ୍ୟାସାର୍ଦ୍ଧର ବାସସ୍ଥାନ ନିରୁପଣ କରାଯାଇଛି । ଏହାକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ୱାର୍କ ଜୋନ୍‌, ସ୍ଲିପ୍ ଜୋନ୍‌, ସାନିଟେସନ ଜୋନ୍‌, ଡାଇନିଂ ଜୋନ୍‌, ହେଲଥ୍‌କେୟାର ଜୋନ୍ ଓ ଏକ୍ସରସାଇଜ୍ ଜୋନ୍ । ଏହି ବାସସ୍ଥାନ ଏକ ଟ୍ରେନ୍‌ର ଓସାରଠାରୁ ବଡ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking