28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର ହେଲେ ଟ୍ୱିଟର ପ୍ରତିନିଧି

ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର ହେଲେ ଟ୍ୱିଟର ପ୍ରତିନିଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଆଇଟି ଆଇନକୁ ପାଳନ କରିବାରେ ଟ୍ୱିଟର କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବ ନିର୍ଦ୍ଦେଶ ମୁତାବକ ଶୁକ୍ରବାର ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଟ୍ୱିଟର ପ୍ରତିନିଧି ହାଜର ହୋଇ ବକ୍ତବ୍ୟ ରଖିଛନ୍ତି । କଂଗ୍ରେସ ସାଂସଦ ଶଶୀ ଥରୁର ଏହି ଷ୍ଟାଣ୍ଡିଂ କମିଟିରେ ଅଧ୍ୟକ୍ଷତା କରିଥିବାବେଳେ ଟ୍ୱିଟର ପ୍ରତିନିଧିଙ୍କ ଜବାବକୁ ରେକର୍ଡ କରାଯାଇଥିଲା । ଅନ୍ୟ ସାମାଜିକ ଗଣମାଧ୍ୟମଗୁଡିକ ନୂଆ ଆଇଟି ନିୟମ ପାଳନ କରୁଥିବାବେଳେ ଟ୍ୱିଟର ଏକମାତ୍ର ବ୍ୟତିକ୍ରମ ପାଲଟିଛି । କେନ୍ଦ୍ରର ଚୂଡାନ୍ତ ନୋଟିସ ସତ୍ତ୍ୱେ କୌଣସି ସକାରାତ୍ମକ ଜବାବ ନମିଳିବାରୁ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସମନ ଜାରି କରାଯାଇଥିଲା ।

ଟ୍ୱିଟର ପ୍ଲାଟଫର୍ମକୁ କେତେକ ଉପଭୋକ୍ତା ଅପବ୍ୟବହାର କରୁଥିବାରୁ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା । ଗତମାସରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ୍‌ଙ୍କ ଟ୍ୱିଟର ଆକାଉଣ୍ଟରେ ସାମୟିକଭାବେ ‘ବ୍ଲୁ ଟିକ୍ ଭେରିଫିକେସନ ମାର୍କ’ ହଟାଇ ଦିଆଯାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶୁକ୍ରବାର ଟ୍ୱିଟର ଇଣ୍ଡିଆର ପବ୍ଲିକ୍ ପଲିସୀ ମ୍ୟାନେଜର ସଗୁଫ୍‌ତା କାମ୍ରାନ ଓ ଆଇନ ପରାମର୍ଶଦାତା ଆୟୁଶି କପୁର ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking