28.1 C
Bhubaneswar
Saturday, April 20, 2024
Homeକରୋନାଟିକା ନେବା ପରେ କମ୍ ହୁଏ ନାହିଁ ପ୍ରଜନନ କ୍ଷମତା : ଅଧ୍ୟୟନ

ଟିକା ନେବା ପରେ କମ୍ ହୁଏ ନାହିଁ ପ୍ରଜନନ କ୍ଷମତା : ଅଧ୍ୟୟନ

ନୂଆଦିଲ୍ଲୀ : ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ କି ଟିକା ? କରୋନା ଟିକା ଫାଇଜର ଓ ମଡର୍ଣ୍ଣା ନେବାପରେ ପୁରୁଷଙ୍କ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଏ ନାହିଁ । ଏକ ଅଧ୍ୟୟନରେ କୁହାଯାଇଛି ଉଭୟ ଭ୍ୟାକ୍ସିନ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଏ ନାହିଁ । ଟିକାର ଉଭୟ ଡୋଜ ନେବା ପରେ ମଧ୍ୟ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଅର୍ଥାତ୍ ଶୁକ୍ରାଣୁ ସ୍ତର କମ ହୁଏ ନାହିଁ ବୋଲି ଅଧ୍ୟୟନରେ କୁହାଯାଇଛି । ୧୮ରୁ ୫୦ ବର୍ଷ ବୟସର ୪୫ ଜଣ ସୁସ୍ଥ ଭଲ୍ୟୁଣ୍ଟିୟରକୁ ନେଇ ଅଧ୍ୟୟନ କରାଯାଇଥିଲା ।

ସମସ୍ତଙ୍କୁ ଫାଇଜରର ବାୟୋଏନଟେକ୍ ଓ ମଡର୍ଣ୍ଣାର ଭ୍ୟାକ୍ସିନ ଦିଆଯାଇଥିଲା । ଟିକା ନେବା ପୂର୍ବରୁ ସେମାନଙ୍କର ପ୍ରଜନନ କ୍ଷମତା ସମ୍ପର୍କୀୟ ସମସ୍ତ ଯାଂଚ କରାଯାଇଥିଲା । ଆଉ ତା’ପରେ ଭଲ୍ୟୁଣ୍ଟିୟରଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଟିକା ପ୍ରୟୋଗ କରିବାର ୯୦ ଦିନ ପୂର୍ବରୁ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଅଧ୍ୟୟନରେ ସାମିଲ କରାଯାଇନଥିଲା ।

ଟିକାର ପ୍ରଥମ ଡୋଜ୍ ଦେବା ପୂର୍ବରୁ ପୁରୁଷଙ୍କ ଶୁକ୍ରାଣୁ ନମୁନା ନିଆଯାଇଥିଲା, ଏବଂ ଦ୍ୱିତୀୟ ଡୋଜ୍ ଦେବାର ପ୍ରାୟ ୭୦ ଦିନ ପରେ ଶୁକ୍ରାଣୁ ନମୁନା ନିଆଯାଇଥିଲା । ଏହା ପରେ WHOର ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶେଷଜ୍ଞମାନେ ଏହାର ଅନୁସନ୍ଧାନ କରିଥିଲେ। କିନ୍ତୁ ଅଧ୍ୟୟନ ଅନୁସାରେ ଉଭୟ ଟିକା (ଫାଇଜର ଏବଂ ମଡର୍ଣ୍ଣା) ପ୍ରଜନନ କ୍ଷମତା ଉପରେ କୌଣସି ନକରାତ୍ମକ ପ୍ରଭାବ ପକାଏ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking