30.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଥମରୁ ଅଷ୍ଟମ ସବୁ ପାସ

ପ୍ରଥମରୁ ଅଷ୍ଟମ ସବୁ ପାସ

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଉ ବିଦ୍ୟାଳୟ ଖୋଲିବନି କି କ୍ଲାସ ହେବ ନାହିଁ । ଗତବର୍ଷ ଭଳି ପରୀକ୍ଷା ନକରାଯାଇ ପାସ କରାଯିବ । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସ୍ଥିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୂହଁ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏନେଇ କୌଣସି ବିଧିବଧ ନିଷ୍ପତି ହୋଇ ନଥିଲେ ମଧ୍ୟ ଆପାତତଃ ଏହା ହିଁ ସ୍ଥିର କରାଯାଇଛି । କା୍ଲସ ଚାଲିଥିବାରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଫଲାଇନ ରେ କରାଯିବ ଓ ନୂଆ ଶିକ୍ଷା ବର୍ଷ ଏପ୍ରିଲରୁ ଆରମ୍ଭ ହୋଇନପାରେ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

ସୂଚନାଯୋଗ୍ୟଯେ, କୋରାନା ପୁଣି ବଢିବାରୁ ଛୋଟ ପିଲା ମାନଙ୍କୁ ବିଦ୍ୟାଳୟକୁ ଆଣିବା ନିରାପଦ ନୁହଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking