29.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ

ବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ଯେଉଁ ବିଦ୍ୟାଳୟ ଗୁଡିକରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇନାହିଁ ସେହି ବିଦ୍ୟାଳୟ ଗୁଡିକରେ ମାର୍ଚ୍ଚ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଗଣ ଶିକ୍ଷା ମନ୍ତ୍ରୀ ସ୍କୁଲ ପରିଦର୍ଶନ କରିଥିଲେ । ଏହି ସମୟରେ ସ୍କୁଲରେ ବିଏସଇ ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏନେଇ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେବାକୁ ଜିଲ୍ଲା ଶିକ୍ଷା ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିନା ଅନୁମତିରେ ଅନୁପସ୍ଥିତ ରହୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦିନକର ଦରମା କାଟିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking