39.1 C
Bhubaneswar
Tuesday, April 23, 2024
Homeଓଡିଶାଛାଡ ହେଲା ସରକାରୀ ହଷ୍ଟେଲ ଫି

ଛାଡ ହେଲା ସରକାରୀ ହଷ୍ଟେଲ ଫି

ଭୁବନେଶ୍ୱର : ସରକାରୀ ହଷ୍ଟେଲ ଗୁଡିକରେ ରହୁଥିବା ପିଲା ମାନଙ୍କ ହଷ୍ଟେଲ ଫି ଛାଡ କରିଥିବାରୁ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି , ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସେ କହିଛନ୍ତି , ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତି ଦ୍ୱାରା ରାଜ୍ୟର ୧୬ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ୫ କୋଟି ୧୦ ଲକ୍ଷର ଆର୍ଥିକ ବୋଝ ରାଜ୍ୟ ସରକାର ବହନ କରିବେ । ତେବେ ଘରୋଇ ହଷ୍ଟେଲ ଫି ଛାଡ ସମ୍ପର୍କରେ କିଛି ନିଷ୍ପତି ନିଆଯାଇନାହିଁ । ସରକାରୀ ଇଞ୍ଚିନିୟରିଂ ଓ ପଲିଟେକ୍‌ନିକ ଛାତ୍ରଛାତ୍ରୀ ମାନଙ୍କର ହଷ୍ଟେଲ ଫି କୁ ଛାଡ କରାଯାଇଛି । ଏହା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟଯେ, ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏଁ ଏହି ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ଥିବାରୁ ହଷ୍ଟେଲ ଫି ଛାଡ ପାଇଁ ନିଷ୍ପତିି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking