27.1 C
Bhubaneswar
Monday, August 8, 2022
Homeକରୋନାଚିନ୍ତା ବଢାଉଛି କୋରନା

ଚିନ୍ତା ବଢାଉଛି କୋରନା

ନୂଆଦିଲ୍ଲୀ : ଦେଶରେ ପୁଣି ଉପର ମୁହାଁ ହେଉଛି କୋରନା ସଂକ୍ରମଣ । ନୂତନ ଷ୍ଟ୍ରେନ ସହ ଏହି ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୮୮୨ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୩ ହଜାର ୭୨୮କୁ ବୃଦ୍ଧି ହୋଇଛି । ତେବେ ୨୪ ଘଣ୍ଟାରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬ ରେ ପହଞ୍ଚିଛି ।

ତେବେ ଦେଶରେ ୨ ଲକ୍ଷ ୦୨ ହଜାର ୦୨୨ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୦୯ ଲକ୍ଷ ୭୩ ହଜାର ୨୬୦ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

ତେବେ ଲୋକମାନଙ୍କ ଅସାବଧାନତା ଯୋଗୁଁ ଦିଲ୍ଲୀ , ମହାରାଷ୍ଟ୍ର ଭଳି ସ୍ଥାନ ମାନଙ୍କରେ କୋରନା ସଂକ୍ରମଣ ବଢୁଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking