32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନାବାଳିକାକୁ ଅପହରଣ, ୩ ଦିନ ଧରି ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଅପହରଣ, ୩ ଦିନ ଧରି ଦୁଷ୍କର୍ମ ଅଭିଯୋଗ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି  ଥାନା ଅଞ୍ଚଳରେ ପୁଣି ଲଜ୍ଜା । ଅଞ୍ଚଳରେ ଜଣେ ନାବାଳିକା ଦଳିତ ଯୁବତୀକୁ ଅପହରଣ କରାଯାଇ ୩ଦିନ ଧରି ଅମାନୁଷିକ ଭାବେ ଦୁଷ୍ମର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଉପରେ ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରତ୍କଛି ବୋଲି ଜଣାପଡ଼ିଛି । ନାବାଳିକା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଅନ୍ୟପକ୍ଷେ ନ୍ୟାୟ ନମିଳିଲେ ନାବାଳିକା ଆତ୍ମହତ୍ୟା କରିବାକୁ ଧମକ ଦେଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ,  ବଡ଼କ୍ଷୀର(ଧଳପଡ଼ା) ଗ୍ରାମର ଜନୈକା ନାବାଳିକାକୁ ଗତ ୧୨ତାରିଖ ରାତିରେ ସ୍ଥାନୀୟ କଟରପଡ଼ା ଗ୍ରାମ ପଞ୍ଚାୟତ ଗୌଡ଼ବିଶ ଗ୍ରାମର ଅଂଶୁମାନ ମଳିକ ଅପହରଣ କରି ନେଇଥିଲା । ନାବାଳିକାକୁ ସ୍ଥାନୀୟ କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟରେ ଥିବା ଏକ ନିକାଞ୍ଚନ ଗୃହରେ ରଖି ୩ଦିନ ଧରି ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍ମର୍ମ କରିଥିଲା । ଏପରିକି ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଏପରି କାର୍ଯ୍ୟ କରାଯାଇଥିବାର ଅଭିଯୋଗ ହୋଇଛି । ସେହିପରି ଭାବେ ନାବାଳିକାକୁ ସ୍ଥାନୀୟ କେନ୍ଦ୍ରାପଡ଼ା ଜିଲ୍ଲା ପଞ୍ଚୁପାଣ୍ଡବ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଘରେ ମଧ୍ୟ ରଖାଯାଇ ଦୁଷ୍ମର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ତେବେ ନାବାଳିକା ଜଣକ ତାଙ୍କୁ ବିବାହ କରିବା ନିମନ୍ତେ ଜିଦ୍ ଧରିବାରୁ ଅପହରଣକାରୀ ଜଣକ ନାବାଳିକାକୁ ଗତକାଲି  ରାତିରେ ତାଙ୍କ ଘର ନିକଟ  କେନାଲ ବନ୍ଧ ନିକଟରେ ଛାଡ଼ିଦେଇ ପଳାଇ ଯାଇଥିଲା । ସମ୍ପୃକ୍ତ ଯୁବକ ଜଣକ ନାବାଳିକାର ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଲୀଳ ଫଟୋକୁ ଉତ୍ତୋଳନ କରି ରଖିଥିବା କାରଣରୁ ନାବାଳିକା ଜଣକ ଭୟଭୀତ ହୋଇ ରହିଥିବା କହିଛନ୍ତି । ଏ ସମ୍ପର୍କରେ ନାବାଳିକା ଜଣକ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ନାବାଳିକାକୁ ଉଦ୍ଧାର କରି ଡାକ୍ତରୀମାଇନା  ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ନାବାଳିକାର ଅଭିଯୋଗକୁ ଭିତ୍ତି କରି ପୁଲିସ  ଏକ ମାମଲା ରୁଜୁ କରି ଅପହରଣକାରୀକୁ  ଥାନାରେ ଅଟକ ରଖିଛି । ସମ୍ପୃକ୍ତ ଅପହରଣକାରୀ ଯୁବକ ନାମରେ ସ୍ଥାନୀୟ ଅଞ୍ଚଳରେ ଏକାଧିକ ମାମଲା ରହିଥିବାର ଅନୁସନ୍ଧାନରୁ ଜଣାଯାଇଛି । ନ୍ୟାୟ ନମିଳିଲେ ନାବାଳିକା ଆତ୍ମହତ୍ୟା କରିବେ ବୋଲି କହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking