30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗହାଡ଼ିବନ୍ଧୁଙ୍କ ପାଇଁ ସରକାରୀ ଯୋଜନା ସାତସପନ

ହାଡ଼ିବନ୍ଧୁଙ୍କ ପାଇଁ ସରକାରୀ ଯୋଜନା ସାତସପନ

ଶାଳଗାଁ: ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ଖସଡ଼ା ପ୍ରସ୍ତୁତ କରାଯାଉଛି । ସମାଜରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଖଟିଖିଆ ପ୍ରଭୃତିଙ୍କୁ ଥଇଥାନ କରିବା ପାଇଁ ସରକାର ପ୍ରତିଶ୍ରୁତି ବଧ । ମାତ୍ର ଯୋଜନା ମାନ ପ୍ରକୃତ ହିତାଧିକାରୀ ଓ ସାଧାରଣଲୋକଙ୍କ କାମରେ ଆସୁନଥିବାର ପରିଲକ୍ଷିତ ହେଉଛି । ଏହିଭଳି  ଘଟଣା ଦେଖିବାକୁ ମିିଳିଛି  ଶାଳଗାଁ ପଞ୍ଚାୟତ ଅନ୍ତର୍ଗତ ବରାହୀପାଟଣା ଗ୍ରାମରେ । ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘର ଫାନୀ ବାତ୍ୟାରେ ଭାଙ୍ଗି ଯାଇଥିଲେ  ମଧ୍ୟ ଦେଢ଼ବର୍ଷ ପରେ ବି ସରକାରୀ ସହାୟତା ମିଳିପାରିନି ।
ହାଡ଼ିବନ୍ଧୁ ଜଣେ ଗରିବ ଓ ଦିନମଜୁରିଆ ଅଟନ୍ତି । ଉପାର୍ଜିତ ଅର୍ଥରେ ଦିନକୁ ଦୁଇମୁଠା ନିଜ ୮ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଦାନା ଯୋଗାଡ଼ କରିବା କଷ୍ଟସାଧ୍ୟ ହେଉଥିବା ବେଳେ ନିଜ ପାଇଁ ଛାତଘର ଖଣ୍ଡିଏ ପ୍ରସ୍ତୁତ କରିବା ପାଇଁ ଅସମର୍ଥ ହୋଇପଡ଼ିଛନ୍ତି । ତେଣୁ ଭାଗ୍ୟକୁ ଆଦରି ପରିବାରକୁ ଧରି ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ପଡ଼ି ରହିଛନ୍ତି । ଘର ଖଣ୍ଡେ ପାଇଁ ବିଧାୟକଙ୍କ ଠାରୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ସ୍ତରରେ ଗୁହାରୀ କରି କରି କେବଳ ପ୍ରତିଶ୍ରୁତି ଛଡା କିଛି ପାଇନାହାନ୍ତି । ଏ ବିଷୟରେ ସ୍ଥାନୀୟ ବିଡ଼ିଓଙ୍କୁ ପଚାରିବାରୁ ଚଳିତ ବର୍ଷ କୌଣସି ଗୃହ ଆସିନଥିବା କହିଛନ୍ତି । ଫାନୀ ଘର ଉଜାଡି ଦେଇଥିବା ବେଳେ ହାଡ଼ିବନ୍ଧୁଙ୍କ ପାଇଁ ସରକାରୀ ଯୋଜନା ଯେପରି ସାତସପନ ହୋଇପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀ ସାହୁଙ୍କ ଭଳି ଅନେକ ଲୋକ ଯେଉଁମାନେ ଏହିସବୁ ଯୋଜନାରୁ ବାଦ୍ ପଡ଼ିଛନ୍ତି ସରକାର କେବେ ତାଙ୍କ କଥା ବିଚାରକୁ ନେଉଛନ୍ତି ଏବଂ ନିଜର ପ୍ରତିଶ୍ରୁତି ପାଳନ କରୁଛନ୍ତି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking