27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅଢ଼େଇ ବର୍ଷହେଲା ଶଯ୍ୟାଶାୟୀ ଅବସ୍ଥାରେ ଜେଲଜୀବନ କାଟୁଛନ୍ତି ବିନୋଦ

ଅଢ଼େଇ ବର୍ଷହେଲା ଶଯ୍ୟାଶାୟୀ ଅବସ୍ଥାରେ ଜେଲଜୀବନ କାଟୁଛନ୍ତି ବିନୋଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ମାରଙ୍ଗବାହାଲ ଗ୍ରାମର ୬୫ ବର୍ଷିୟ ବିନୋଦ କୁମାର ନାୟକ ଗତ ୨୦୧୬ ମସିହା ଡିସେମ୍ବର ମାସରୁ ମାଓବାଦୀ ଗତିବିଧିରେ ସମ୍ପୃକ୍ତ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ସମ୍ବଲପୁର ସର୍କଲ ଜେଲରେ ଅଛନ୍ତି । ପୋଲିସ ତାଙ୍କ ନାମରେ ରୁଜୁ କରିଥିବା ସମସ୍ତ ମାମଲାର ଅଭିଯୋଗ ଫର୍ଦ ଅଦାଲତରେ ଦାଖଲ କରି ସାରିଥିବାବେଳେ ବିଚାର ପ୍ରକ୍ରିୟା ଆଗକୁ ବଢ଼ୁନାହିଁ । ଏଣେ ଶ୍ରୀ ନାୟକ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି । ଜେଲରେ ଥିବା ସହବନ୍ଦୀମାନଙ୍କ ସହାୟତାରେ ସେ ସ୍ନାନ, ଶୌଚ, ଖାଇବା ଇତ୍ୟାଦି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ନାୟକଙ୍କ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା କିମ୍ବା ବୟସାଧିକ୍ୟ ଓ ରୋଗକୁ ଦୃଷ୍ଟିରେ ରଖି ଚିକିତ୍ସା ପାଇଁ ତାଙ୍କୁ ପରିବାରର ହେପାଜତରେ ଛଡ଼ାଯିବାକୁ ବିନୋଦଙ୍କ ବଡ଼ଭାଇ ଅବସରପ୍ରାପ୍ତ ଶିକ୍ଷକ ମନୋରଞ୍ଜନ ନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନୋରଞ୍ଜନ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁରୋଧ ପତ୍ର ଦେଇଛନ୍ତି । ମନୋରଞ୍ଜନ ତାଙ୍କ ଅନୁରୋଧ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୬ ମସିହା ଡିସେମ୍ବର ମାସରେ ପୁଲିସ ଘରୁ ବିନୋଦଙ୍କୁ ଗିରଫ କରିନେଇ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ବିଭିନ୍ନ ମାମଲାରେ ଗିରଫ କରିଥିଲା । ସମସ୍ତ ମାମଲାରେ ପୁଲିସ ଅଭିଯୋଗ ପତ୍ର ଦାଖଲ କରିସାରିଥିବାବେଳେ କୋର୍ଟରେ ଶୁଣାଣି ପ୍ରକ୍ରିୟା ହେଉନାହିଁ । ଏଣେ ଗତ ଅଢ଼େଇବର୍ଷ ହେଲା ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ବିନୋଦ ଶଯ୍ୟାଶାୟୀ ହୋଇ ରହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking