You are here
Home > ଲାଟେଷ୍ଟ > ଶୀତରେ ଥରୁଛି ଫୁଲବାଣୀ

ଶୀତରେ ଥରୁଛି ଫୁଲବାଣୀ

ଫୁଲବାଣୀ: ଗତ ୩ ଦିନ ହେଲାଣି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସରୁ ତଳେ ରହୁଛି । ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ର ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୬ ଡିଗ୍ରୀ ରହିଥିଲା । ଜିଲ୍ଲାର ଆଭ୍ୟନ୍ତରୀଣ ଓ ପାହାଡିଆ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିଛି । ସକାଳୁ ସକାଳୁ ପ୍ରବଳ କୁହୁଡି ସହ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଫଳରେ ଜିଲ୍ଲାରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅପରାହ୍ନ ପ୍ରାୟ ଚାରିଟାରୁ ଶୀତ ଆରମ୍ଭ ହୋଇଯାଉଛି । ଏପରିକି ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେସ୍ଥାନେ ଲୋକେ ନିଅାଁ ଜାଳି ବସି ରହୁଛନ୍ତି । ଡିସେମ୍ବର ମାସ ପହିଲାରୁ ଦାରିଙ୍ଗବାଡିରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଗତକାଲି ଏଠାକାର ତାପମାତ୍ରା ୭.୫ ଡିଗ୍ରୀ ରହିଥିଲା । ଆଜି ଏହା ୬ ଡିଗ୍ରୀକୁ ଖସି ଆସିଛି । ଶୀତରୁ ରକ୍ଷା ପାଇଁ ଲୋକେ ସକାଳ ୮ଟା ପର୍ଯ୍ୟନ୍ତ ନିଅାଁ ଜାଳି ବସି ରହୁଥିବା ପରିଲକ୍ଷିତ ହୋଇଛି । ଉପରବେଳା ୪ଟା ପରେ ବଜାରରେ ଜନଗହଳି ହ୍ରାସ ପାଉଛ । ଅନ୍ୟପକ୍ଷରେ ଶୀତର ମଜା ନେବାକୁ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ।

ONA

Leave a Reply

Top