27.1 C
Bhubaneswar
Tuesday, May 7, 2024
Homeଓଡିଶାକ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲା; ଏସ୍‌ଟିଏ ଇଣ୍ଡିଆର ଝାରଖଣ୍ଡ ମୁଖ୍ୟ ଗିରଫ

କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲା; ଏସ୍‌ଟିଏ ଇଣ୍ଡିଆର ଝାରଖଣ୍ଡ ମୁଖ୍ୟ ଗିରଫ

ଭୁବନେଶ୍ୱର:  କ୍ରିପ୍ଟୋ  ପୁଞ୍ଜି ନିବେଶରେ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧଶାଖା (ଇଓଡବ୍ଲ୍ୟୁ) ଏସଟିଏ ଇଣ୍ଡିଆର ଝାରଖଣ୍ଡ ମୁଖ୍ୟ ତଥା ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ଟୁଡୁକୁ ଗିରଫ କରିଛି । ତାଙ୍କୁ ନିରସା ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତ ସୁଶୀଲ ଝାରଖଣ୍ଡର ଧନବାଦ ଜିଲ୍ଲାର ଅଧିବାସୀ । ତାଙ୍କୁ ଗିରଫ କରାଯିବା ପରେ ଧାନବାଦର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି । ସୁଶୀଲ କୁମାର ଟୁଡୁଙ୍କ ବ୍ୟାଙ୍କ ଖାତାରେ ଥିବା ୧୫.୫୩ ଲକ୍ଷ ଟଙ୍କାକୁ ଫ୍ରିଜ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରିଥିବା ଏହି ରାକେଟର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ପୂର୍ବରୁ ଇଓଡବ୍ଲ୍ୟୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା । ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା । ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଇଓଡବ୍ଲ୍ୟୁ ଠାରୁ ଅପହଞ୍ଚ ହୋଇ ରହିଛି ।

କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୁଦ୍ଧରେ  ଲୁକ ଆଉଟ ସରକୁରାଲ ଜାରି ହୋଇଛି । ଡେଭିଡ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking