35.1 C
Bhubaneswar
Sunday, May 19, 2024
Homeଓଡିଶାଏଟିଏମ୍ ଗାଡ଼ିରୁ ଦେଢ଼ କୋଟି ଲୁଟ୍

ଏଟିଏମ୍ ଗାଡ଼ିରୁ ଦେଢ଼ କୋଟି ଲୁଟ୍

ଆଠଗଡ଼:  ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଉଥିବା ସିକୋର କମ୍ପାନିର ଗାଡିକୁ ଆଜି ଦୁର୍ବୃ୍‌ତ୍ତମାନେ ସ୍ପଷ୍ଟ ଦିବାଲୋକରେ ଲୁଟ୍ କରିଛନ୍ତି । ଏକ୍ ଟ୍ରଙ୍କରେ ଥିବା ଏହି ଟଙ୍କାକୁ ଡକାୟତମାନେ ନେଇ ଯାଇଛନ୍ତି । ଡକାୟତି ଖବର ପାଇବା ପରେ ପୁଲିସ ପ୍ରଶାସନ ପକ୍ଷରୁ ଆଠଗଡର ସମସ୍ତ ପ୍ରବେଶ ଦ୍ୱାରକୁ ନକାବନ୍ଦି କରାଯାଇଛି । ଆଜି ଅପରାହ୍ନ ୨ଟାରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦେଇ ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆଠଗଡରୁ ଏକ ଗାଡିକୁ ଯାଉଥିଲା । କଲିମି ବଗିଚା ନିକଟରେ ୭/୮ ଜଣ ମୁଖା ପିନ୍ଧିଥିବା ଦୁର୍ବୃତ୍ତ ଏକ ସ୍କର୍ପିଓରେ ଆସି ଗାଡି ଆଗରେ ଛିଡା ହୋଇଯାଇଥିଲେ ।

ସେମାନେ ସିକ୍ୟୁରିଟି ଗାର୍ଡ ମୁଣ୍ଡରେ ବନ୍ଧୁକ ଲଗାଇ ଭ୍ୟାନ ଭିତରେ ଥିବା ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତି କରି ତିଗିରିଆ ଆଡକୁ ପଳାଇ ଥିଲେ । ଖବର ପାଇ ତିଗିରିଆ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ଆଠଗଡ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ରବିନ୍ଦ୍ର ନାରାୟଣ ମଲ୍ଲିକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା ପ୍ରମୁଖ ପହଞ୍ôଚ ତଦନ୍ତ କରିବା ସହିତ ଭ୍ୟାନ କର୍ମଚାରୀ ମାନଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି । ଯଥାଶୀଘ୍ର ଦୁର୍ବୃତ୍ତମାନେ ଧରା ପଡ଼ିବେ ବୋଲି ଏସିପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking