29.1 C
Bhubaneswar
Wednesday, May 1, 2024
Homeମନୋରଞ୍ଜନସଲମାନଙ୍କ ଫିଲ୍ମ 'ରାଧେ'ର ଟ୍ରେଲର ଆଉଟ୍‌

ସଲମାନଙ୍କ ଫିଲ୍ମ ‘ରାଧେ’ର ଟ୍ରେଲର ଆଉଟ୍‌

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍ ସଲମାନ ଖାନଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ର ଟ୍ରେଲର ରିଲିଜ ହୋଇଛି । ଦର୍ଶକଙ୍କ ମଧ୍ୟରେ ଏହା ଧୂମ ମଚାଇଛି । ରିଲିଜ ହେବା ମାତ୍ରେ ଏହା ୟୁଟ୍ୟୁବରେ ଟପ୍ ଟ୍ରେଣ୍ଡରେ ଧମାଲ କରୁଛି । ଏହି ଫିଲ୍ମକୁ ନେଇ ସିନେପ୍ରମୀ ଅପେକ୍ଷା କରି ରହିଥିଲେ । ସଲମାନ ଖାନଙ୍କ ଏହି ଫିଲ୍ମ ଭାରତର ଏମିତି ଏକ ଫିଲ୍ମ ହେବାକୁ ଯାଉଛି, ଯାହା ଏକା ସାଙ୍ଗରେ ମଲ୍ଟି ପ୍ଲାଟଫର୍ମରେ ରିଲିଜ ହେବ । ଏହି ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ ଦିଶା ପାଟନୀ ବି ଲିଡ ରୋଲରେ ନଜର ଆସିଛନ୍ତି । ଏଥିରେ ସେ ସଲମାନଙ୍କ ଲେଡି ଲଭ ଭଊମିକାରେ ନଜର ଆସିଛନ୍ତି । ସେହିଭଳି ରଣଦୀପ ହୁଡ୍ଡା ବି ଫିଲ୍ମରେ ଦମଦାର ଚରିତ୍ରରେ ନଜର ଆସିବେ । ମେ’ ୧୩ ତାରିଖରେ ଫିଲ୍ମ ‘ରାଧେ’ ଭିନ୍ନ ଭିନ୍ନ ପ୍ଲାଟଫର୍ମ ଜରିଆରେ ଦର୍ଶକଙ୍କ ମଧ୍ୟରେ ଧୂମ ମଚାଇବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking