32.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଗୁଜବ ପ୍ରଚାର କରି ଯୁବକ ଗିରଫ

କରୋନା ଗୁଜବ ପ୍ରଚାର କରି ଯୁବକ ଗିରଫ

ମୋହନା : ସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରି ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ମଳାସପଦର ଗ୍ରାମର ସୂର‌୍ୟ୍ୟ ପ୍ରଧାନ। ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତ।
ସୂଚନା ଅନୁଯାୟୀ, ଗତ ୧୮ତାରିଖରେ ଏସ୍. ସୂର୍ଯ୍ୟ ନାମକ ଏକ ଫେସବୁକ ଆକାଉଣ୍ଟରେ ମୋହନା ବ୍ଲକ ବେତାରସିଂ ଗ୍ରାମରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ପୋଷ୍ଟ ଘୁରି ବୁଲିଥିଲା। ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ଏ ନେଇ ଖବର ପାଇ ମୋହନା ତହସିଲଦାର ଘଟଣା ସମ୍ପର୍କରେ ତଦନ୍ତ କରିବା ସହ କେହି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇନଥିବା ଜାଣିବାକୁ ପାଇଥିଲେ।
ଗୁଜବକାରୀକୁ ଧରିବା ପାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର। ମୋହନା ପୁଲିସ ଜିଲ୍ଲା ସାଇବର ସେଲ ସହାୟତାରେ ମଳାସପଦର ଗ୍ରାମରୁ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ମୋବଇଲ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଏଭଳି ଗୁଜବ ନକରିବା ପାଇଁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଯଦି କେହି ଏଭଳି ଗୁଜବ ପ୍ରଚାର କରନ୍ତି ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋହନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking