26.1 C
Bhubaneswar
Wednesday, May 8, 2024
Homeଓଡିଶା୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଲି ସନ୍ଧ୍ୟାରେ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ପ୍ରଭାବରେ ଆସନ୍ତାକାଲି ପାଇଁ ୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ କୋରାପୁଟ ଓ ନବରଂଗପୁର ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ବିପଦ ସଂକେତ ଉପରେ ଜଳକା ନଦୀ । ବାଲେଶ୍ୱର ଜିଲ୍ଲାର ମଥାନିଠାରେ ବିପଦ ସଂକେତ ଉପରେ ରହିଛି । ଜଳସ୍ତର ବିପଦ ସଂକେତ ୫.୫୦ ମିଟର ଥିବାବେଳେ ଏବେ ୭.୧୮ ମିଟରରେ ପ୍ରବାହିତ ହେଉଛି । ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣିଘେରରେ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀବନ୍ଧ ସମ୍ପୁର୍ଣ୍ଣ ଦୁର୍ବଳ ହୋଇଯାଇଛି । ଗତ ୧୦ ବର୍ଷ ଧରି ନଦୀ ବନ୍ଧ ମରାମତି କରାଯାଇନଥିବାରୁ କୌଣସି ମୁହୂର୍ତ୍ତରେ ବନ୍ଧ ଭାଙ୍ଗି ଯିବାର ଆଶଙ୍କା ରହିଛି ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ନଈ କୂଳରେ ରହୁଥିବା ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking