30.1 C
Bhubaneswar
Monday, May 20, 2024
Homeଓଡିଶାବିପଦ ସଂକେତ ଡେଇଁଲା ବୈତରଣୀ

ବିପଦ ସଂକେତ ଡେଇଁଲା ବୈତରଣୀ

ଭୁବନେଶ୍ୱର: ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଡେଇଁଛି ବୈତରଣୀ ନଦୀ । ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ୧୭.୮୫ ମିଟରରେ ଜଳ ପ୍ରବାହିତ ହେଉଛି । ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ତମାନ ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଆନନ୍ଦପୁରରେ ଜଳସ୍ତର ୩୯ ମିଟର ରହିଛି । ତେବେ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଯଦି ଉପରମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହୁଏ ତେବେ ଭଦ୍ରକ ଜିଲ୍ଲାର ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବ୍ଲକଗୁଡ଼ିକ ହେଲା ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି। ଏହି ବ୍ଲକଗୁଡ଼ିକର ୧୪ଟି ପଞ୍ଚାୟତ ଏହାଦ୍ବାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି। ଖାଲି ସେତିକି ନୁହେଁ ଜିଲ୍ଲାର କେତେକ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି।

ଅନ୍ୟପଟେ , ଉତ୍ତର ଓଡିଶାରେ ବନ୍ୟା ସ୍ଥିତି ନେଇ ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଜଳକା ନଦୀର ତଳ ମୁଣ୍ଡରେ ୪ଟି ଘାଇ ହୋଇଛି । ପାଣି କମିଲେ ମରାମତି କରାଯିବ । ବର୍ତମାନ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ବିପଦ ସଂକେତ ଛୁଇଁପାରେ । ମହାନଦୀ ଅବବାହିକାରେ ବର୍ତମାନ ସେପରି କିଛି ସମସ୍ୟା ନାହିଁ । ଗାଇଡଲାଇନ ଅନୁସାରେ, ହୀରାକୁଦରେ ଗେଟ ଖୋଲୁଛି, ବନ୍ଦ ହେଉଛି ବୋଲି ସେ କହିଛନ୍ତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking