29.1 C
Bhubaneswar
Wednesday, May 22, 2024
Homeଓଡିଶାପ୍ରକାଶ ପାଇଲା +୩ ଦ୍ୱିତୀୟ କଟ୍ ଅଫ

ପ୍ରକାଶ ପାଇଲା +୩ ଦ୍ୱିତୀୟ କଟ୍ ଅଫ

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟରେ ୪୦୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନରେ ୩୬୬୮୩ ଥିବା ବେଳେ ସ୍ଲାଇଟ ଅପରେ ୧୫୨୩୨ ମନୋନୀତ ହୋଇଛନ୍ତି । ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟ କଟ ଅଫରେ ବିଜେବି କଲେଜ ଆଗରେ ରହିଛି । ଫିଜିକ୍ସରେ ୯୫.୧୭ ପ୍ରତିଶତ ଥିବା ବେଳେ ଜୁଲୋଜୀରେ ୯୫ ପ୍ରତିଶତ, କମର୍ସରେ ୮୮.୮ ପ୍ରତିଶତ ରହିଛି । ସେହିଭଳି କଳା ବିଭାଗର ଜୋଗ୍ରାଫି ଅନର୍ସରେ କଟ ଅଫ ୮୯.୩୩ ପ୍ରତିଶତ ରହିଛି ।

ପୂର୍ବରୁ ପ୍ରକାଶ ପାଇଥିଲା ଯୁକ୍ତ ପ୍ରଥମ ୨ କଟ ଅଫ ମାର୍କ । www.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଥିଲା ତାଲିକା । ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ ।  ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହୋଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା । ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧,୬୧୨ ଜଣ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking