24.1 C
Bhubaneswar
Thursday, May 9, 2024
Homeକରୋନାବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ ପରେ ଏବେ ୟେଲୋ ଫଙ୍ଗସ୍‌ର ଆତଙ୍କ

ବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ ପରେ ଏବେ ୟେଲୋ ଫଙ୍ଗସ୍‌ର ଆତଙ୍କ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ମ୍ୟୁକର୍‌ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ୟେଲୋ ଫଙ୍ଗସ୍‌ର ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି । ଉତ୍ତରପ୍ରଦେଶର ଗାଜିଆବାଦରେ ୟେଲୋ ଫଙ୍ଗସ୍‌ର ସଂକ୍ରମଣର ରିପୋର୍ଟ ମିଳିଛି । ନାସା, କର୍ଣ୍ଣ, ଗଳା ବିଶେଷଜ୍ଞ ଡକ୍ଟର ବି.ପି. ତ୍ୟାଗୀ କହିଛନ୍ତି, ତାଙ୍କ ହସ୍ପିଟାଲରେ ଏବେ ୟେଲୋ ଫଙ୍ଗସ୍ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି । ୪୫ବର୍ଷୀୟ ଏହି ରୋଗୀଙ୍କର ଘର ଗାଜିଆବାଦର ସଞ୍ଜୟନଗର । ତାଙ୍କର ପୁଅ ଅଭିଷେକ କହିଛନ୍ତି, ତାଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ସେ ସୁସ୍ଥ ହୋଇ ଆସୁଥିଲାବେଳେ ଗତ ୨-୩ ଦିନ ମଧ୍ୟରେ ତାଙ୍କର ଆଖି ଫୁଲି ଏକ ପ୍ରକାର ବନ୍ଦ ହୋଇଗଲା ।

ୟଲୋ ଫଙ୍ଗସ୍ ଉଭୟ ବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ ଠାରୁ ଅଧିକ ଭୟଙ୍କର । ୟେଲୋ ଫଙ୍ଗସ୍‌ର ଲକ୍ଷଣଗୁଡ଼ିକ ହେଲା ଅଳସୁଆ ଲାଗିବା, ଭୋକ କମିଯିବା, ସ୍ଥଳବିଶେଷରେ ଆଦୌ ଭୋକ ନହେବା ଇତ୍ୟାଦି । ଆକ୍ରାନ୍ତ ବ୍ୟକ୍ତିଙ୍କର ଓଜନ ମଧ୍ୟ ହ୍ରାସ ପାଇବା ଦେଖାଯାଉଛି । ଏହି ଫଙ୍ଗସ୍ ପ୍ରଭାବରେ ସଂକ୍ରମିତଙ୍କ ଶରୀରରେ କୌଣସି କ୍ଷତ ହୋଇଥିଲେ ତାହା ଶୁଖିବା ବିଳମ୍ବିତ ହେଉଛି । ତେବେ ଏହି ସଂକ୍ରମଣ କେଉଁମାନଙ୍କ ଲାଗି ଅଧିକ ମାରାତ୍ମକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯେଉଁମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନେ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଏହାଛଡ଼ା ଡାଇବେଟିସ୍‌, କ୍ୟାନସର୍ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଲୋକେ ମଧ୍ୟ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି । ସାଧାରଣତଃ ସରୀସୃପଙ୍କ ଠାରେ ୟେଲୋ ଫଙ୍ଗସ୍ ଦେଖାଯାଏ । ଏବେ ମଣିଷଙ୍କ ଠାରେ ଏହି ସଂକ୍ରମଣ ଦେଖାଯିବାରୁ ଉଦ୍‌ବେଗର କାରଣ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ ବ୍ଲାକ୍ ଫଙ୍ଗସ୍‌ରେ ବହୁ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ଏଭଳି ୭୦୦ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ସି ଏନ୍ ଅଶ୍ୱଥ ନାରାୟଣ କହିଛନ୍ତି । ଇତିମଧ୍ୟରେ ଦିଲ୍ଲୀ ଏମ୍‌ସର ମୁଖ୍ୟ ରଣଦୀପ ଗୁଲେରିଆ କହିଛନ୍ତି, ଫଙ୍ଗସ୍‌ର ଏହି ସଂକ୍ରମଣକୁ ବିଭିନ୍ନ ରଙ୍ଗରେ ନାମିତ ନକରି ଏହାକୁ ପ୍ରକୃତ ନାମରେ ଚିହ୍ନଟ କରାଯିବା ଉଚିତ୍ । ମ୍ୟୁକରମାଇକୋସିସ୍‌, କ୍ୟାଣ୍ଡିଡା, ଆସଫରଗିଲୋସିସ୍ ଆଦି ନାମରେ ବିଭିନ୍ନ ଫଙ୍ଗସ୍ ସଂକ୍ରମଣ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking