33.1 C
Bhubaneswar
Monday, May 20, 2024
Homeଓଡିଶାଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସର୍ବାଧିକ ଖୋର୍ଦ୍ଧା

ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜି ଖୋର୍ଦ୍ଧାରୁ ସର୍ବାଧିକ ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ପଜିଟିଭର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି ।

ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୯୩୯ ପଜିଟିଭ। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯୨୨, ଅନୁଗୁଳରୁ ୮୧୯, ଢେଙ୍କାନାଳରୁ ୭୬୩, ମୟୂରଭଞ୍ଜରୁ ୬୦୪, ଯାଜପୁରରୁ ୫୪୧, ସୁନ୍ଦରଗଡ଼ରୁ ୫୧୨ ଆକ୍ରାନ୍ତ ବାହାରିଛନ୍ତି। ଗତକାଲି ଗୋଟିଏ ଦିନରେ ଟେଷ୍ଟ କରାଯାଇଥିଲା ୬୨ ହଜାର ୨୬୧ ସାମ୍ପୁଲ। ଏହା ସହିତ ଦିନକରେ ସୁସ୍ଥ ହୋଇଛନ୍ତି ୧୧ ହଜାର ୬୧୪। ଏହା ସହିତ ରାଜ୍ୟରେ ଆକ୍ଟିଭ କେସ୍ ୧ ଲକ୍ଷ ୧୦ ହଜାର ୫୫୪ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking