34.1 C
Bhubaneswar
Friday, March 29, 2024
Homeକରୋନାଦିଲ୍ଲୀକୁ ଟିକା ବିକିବନି ଫାଇଜର ଓ ମଡ଼ର୍ଣ୍ଣା

ଦିଲ୍ଲୀକୁ ଟିକା ବିକିବନି ଫାଇଜର ଓ ମଡ଼ର୍ଣ୍ଣା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଟିକା ଫାଇଜର ଓ ମଡ଼ର୍ଣ୍ଣା ସିଧାସଳଖ କିଣି ପାରିବେ ନାହିଁ । ଏହି ଦୁଇ କମ୍ପାନୀ ଇତିମଧ୍ୟରେ ଏହା ସ୍ପଷ୍ଟ କରିଦେଇଛନ୍ତି । ସେମାନେ କେବଳ ଭାରତ ସରକାରଙ୍କୁ ଟିକା ବିକିବେ ବୋଲି କହିଛନ୍ତି । ଇତିମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ଟିକା କିଣିବା ପାଇଁ ବିଶ୍ୱସ୍ତରରେ ଟେଣ୍ଡର ପକାଇଛନ୍ତି । ଦିଲ୍ଲୀ ସରକାର ମଧ୍ୟ ଟିକା କିଣିବା ପାଇଁ ଅଗ୍ରସର ହୋଇଥିଲେ । କିନ୍ତୁ ତାଙ୍କୁ ଟିକା ବିକିବେ ନାହିଁ ବୋଲି ଏହି ଦୁଇ ଟିକା ନିର୍ମାତା ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି । ଗତ ରବିବାର ପଞ୍ଜାବ ସରକାରଙ୍କୁ ମଡ଼ର୍ଣ୍ଣା ଟିକା କମ୍ପାନୀ ସିଧାସଳଖ ଟିକା ବିକିବାକୁ ମନା କରିଥିଲା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୋମବାର କହିଛନ୍ତି, ଫାଇଜର ଓ ମଡ଼ର୍ଣ୍ଣା କମ୍ପାନୀ ଆମକୁ ସିଧାସଳଖ ଏହା ଜଣାଇ ଦେଇଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୋମବାର କହିଛନ୍ତି, ଫାଇଜର, ମଡ଼ର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ଭଳି ଔଷଧ ନିର୍ମାତାମାନେ ଏ ସମ୍ପର୍କରେ କେନ୍ଦ୍ର ସହ ଯୋଗାଯୋଗରେ ରହିଛନ୍ତି । କିନ୍ତୁ ସେମାନେ ରାଜ୍ୟ ସରକାରଙ୍କ ସହିତ ଏଭଳି କାରବାର କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ସ୍ପଷ୍ଟ ଜଣାଇ ଦେଇଛନ୍ତି । ସିସୋଦିଆ କହିଛନ୍ତି, ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ କେବଳ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କାହାରିକୁ ଅନୁମତି ଦେଇନାହାନ୍ତି । ଅନ୍ୟ ରାଷ୍ଟ୍ରଗୁଡ଼ିକ ଏହାକୁ ଅନୁମତି ଦେଇନଥିଲେ ମଧ୍ୟ ଏହା ବ୍ୟବହାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking