29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପୃଥିବୀ ଦିବସର ଇତିହାସ

ପୃଥିବୀ ଦିବସର ଇତିହାସ

ଆଜି ହେଉଛି ପୃଥିବୀ ଦିବସ । କ’ଣ ଆପ ଜାଣନ୍ତି ପୃଥିବୀ ଦିବସ କାହିଁକି ମନାଯାଇଥାଏ । ଏହା ପଛର କାରଣ କ’ଣ ରହିଛି ? ସର୍ବପ୍ରଥମେ ଏହାକୁ କେବେ ମନାଯାଇଥିଲା ? ଆସନ୍ତୁ ଜାଣିବା ଏହି ବିଷୟରେ ।

ପୃଥିବୀ ଦିବସ ଏକ ବାର୍ଷିକ ଆୟୋଜନ । ଏହା ୨୨ ଏପ୍ରିଲକୁ ସମଗ୍ର ବିଶ୍ୱରେ ମନାଯାଇଥାଏ । ଏହାକୁ ପର୍ଯ୍ୟାବରଣ, ସଂରକ୍ଷଣ,ସମର୍ଥନ ପ୍ରଦର୍ଶିତ କରିବା ପାଇଁ ଆୟୋଜିତ କରାଯାଇଥାଏ । ଏହି ତାରିଖ ସମୟରେ ଉତ୍ତରି ଗୋଲାର୍ଦ୍ଧରେ ବସନ୍ତ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶରତ ଋତୁ ଅନୂଭୂତ ହୋଇଥାଏ ।

୨୨ ଏପ୍ରିଲକୁ ପୃଥିବୀ ଦିବସର ସ୍ଥାପନା ଆମେରିକାର ସିନେଟର ଗେଲୋର୍ଡ ନେଲସନ ପର୍ଯ୍ୟାବରଣ ଶିକ୍ଷା ଦିବସ ରୁପେ ଆରମ୍ଭ କରିଥିଲେ । ୧୯୬୯ରେ କାଲିଫର୍ଣ୍ଣିଆଔ ସାନ୍ତା ବାରବରା ଠାରେ ତୈଳ ର ଭାରି ମାତ୍ରାରେ ଅପଚୟ ହେଉଥିବାକୁ ଦୃଷ୍ଟିରେ ରଖି ଏହି ଦିନର ଆରମ୍ଭ କରିଥିଲେ । ୧୯୭୦ରୁ ଆରମ୍ଭ ହୋଇଥିବା ଏହି ଦିନକୁ ଆଜି ୧୯୩ ଟି ରୁ ଅଧିକ ଦେଶ ପାଳନ କରୁଛି । ୨୨ ଏପ୍ରିଲ ୧୯୭୦ରେ ଆୟୋଜିତ ହୋଇଥିବା ପ୍ରଥମ ପୃଥିବୀ ଦିବସରେ ୨୦ ମିଲିୟନ ଆମେରିକାବାସୀ ଭାଗ ନେଇଥିଲେ । ଯେଉଁଥିରେ ପ୍ରତ୍ୟେକ ବର୍ଗ, ସମାଜ ଓ ଶ୍ରେଣୀର ଲୋକେ ଉପସ୍ଥିତ ଥିଲେ । ଏହିପ୍ରକାରରେ ଏହି ଆନ୍ଦୋଳନ, ଆଧୁନିକ ସମୟର ସବୁଠାରୁ ବଡ ପର୍ଯ୍ୟାବରଣ ଆନ୍ଦୋଳନରେ ପରିଣତ ହୋଇଥିଲା । ଏହି ସମୟରେ ଆମେରିକାର ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀ ମାନେ ପର୍ଯ୍ୟାବରଣ ରେ ହେଉଥିବା କ୍ଷତି ପାଇଁ ବିରୋଧ କରିଥିଲେ ।

ପର୍ଯ୍ୟାବରଣ ପ୍ରେମୀ , ସମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନ ମାନେ , ସମୁଦ୍ରରେ ତେଲ ମିଶିବା ଘଟଣା, ନଦୀ ଗୁଡିକରେ ଫ୍ୟାକ୍ଟ୍ରିିର ଦୂଷିତ ପାଣି ମିଶାଉଥିବା କମ୍ପାନୀ ଗୁଡିକରେ ରୋକ ଲଗାଇବା ପାଇଁ, ବିଶାକ୍ତ କୁଡା ଏଣେତେଣେ ପକାଇବା ଉପରେ ରୋକ ଲଗାଇବା ପାଇଁ ଓ ଜଙ୍ଗଲକୁ କାଟିବାରୁ ବଞ୍ଚାଇବା ପାଇଁ ଆଜି ମଧ୍ୟ ଲଗାତର ପ୍ରଦର୍ଶନ କରୁଛନ୍ତି । ଏହି ସମସ୍ତ ଘଟଣାକଚୁ ନେଇ ଲୋକଙ୍କୁ ସଚେତନ କରାଇବା ଓ ପର୍ଯ୍ୟାବରଣ ସ୍ୱଚ୍ଛ ବନାଇବା ପାଇଁ ପୃଥିବୀ ଦିବସ ପାଳନ କରାଯାଇଥାଏ । ୧୯୬୯ରେ ଜୁଲିୟନ କୋନିଗ ଏହି ଦିବସର ନାମ କରଣ କରିଥିଲେ । ଏହି ଆନ୍ଦେଳନକୁ ପାଳନ କରିବା ପାଇଁ ୨୨ ଏପ୍ରିଲ ଦିନ ଧାର୍ଯ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking