31.1 C
Bhubaneswar
Wednesday, May 29, 2024
Homeଦେଶ ବିଦେଶଘରେ ବସି ଅପଡେଟ କରନ୍ତୁ ମୋବାଇଲ ନମ୍ବର

ଘରେ ବସି ଅପଡେଟ କରନ୍ତୁ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଆଜିକାଲି ବ୍ୟାଙ୍କରେ ମୋବାଇଲ ନମ୍ବର ଅପଡେଟ କରଇବା ବହୁତ ଜରୁରୀ ହୋଇପଡିଛି । ଯଦି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହିତ ଅପଡେଟ ରହିଥାଏ ତେବେ ଆପଣ ଘରେ ବସି ସମସ୍ତ ସୂଚନା ପାଇପାରନ୍ତି । ଯଦି ଏସବିଆଇ ଗ୍ରାହକ ଏପର୍ଯ୍ୟନ୍ତ ନିଜ ମୋବାଇଲ ନମ୍ବର ଅପଡେଟ କରାଉ ନାହାନ୍ତି, ତେବେ ଏହାକୁ ଅତି ସହଜରେ ଆପଣ କରିପାରିବେ । ଏସବିଆଇ ନିଜ ଗ୍ରାହକଙ୍କୁ ଅନଲାଇନ ଓ ଅଫଲାଇନରେ ଦୁଇଟି ମାଧ୍ୟମରେ ମୋବାଇଲ ନମ୍ବର ଲିଙ୍କ କରିବାର ସୁବିଧା ଦେଉଛି । ଚାଲନ୍ତୁ ଜାଣିବା କିପରି ମୋବାଇଲ ନମ୍ବର ଲିଙ୍କ କରାଇପାରିବେ ।

ଅନଲାଇନ ଅପଡେଟ ପାଇଁ..
ସର୍ବପ୍ରଥମେ ଏସବିଆଇ ଇଟରନେଟ ବ୍ୟାଙ୍କିଙ୍କ ଲଗଇନ କରନ୍ତୁ
ଏହାପରେ ଆପଣଙ୍କୁ ମାଇ ଆକାଉଣ୍ଟଓ ଆଣ୍ଡ ପ୍ରୋଫାଇଲ ଉପରେ କ୍ଲିକ କରିବାକୁ ହେବ
ପ୍ରୋଫାଇଲ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ବ୍ୟକ୍ତିଗତ ତଥ୍ୟ ଉପରେ କ୍ଲିକ କରିବାକୁ ପଡିବ
ଏବେ ଆପଣଙ୍କୁ ମୋବାଇଲ ନମ୍ବର ଉପରେ କ୍ଲିକ କରିବାକୁ ହେବ ଏବଂ ତା ଉପରେ ନୂଆ ତଥ୍ୟ ପୂରଣ କରିବାକୁ ହେବ
ଏଠାରେ ଆପଣଙ୍କ ପାସ ନମ୍ବର ଅପଡେଟ କରାଇବା ପାଇଁ ତିନୋଟି ଅପସନ ଥିବ । ପ୍ରଥମ ଅପସନ ଓଟିପି । ଦ୍ୱିତୀୟ ଏଟିଏମରୁ ଇଂଟରନେଟ ବ୍ୟାଙ୍କିଙ୍ଗ ରିକ୍ୱେଷ୍ଟ ଆପ୍ରୁଭାଲ ଦ୍ୱାରା ଓ ତୃତୀୟଟି କନେକ୍ଟ ସେଣ୍ଟରରୁ ଆପ୍ରୁଭାଲ ଜରିଆରେ । ଏହାଭିତରୁ ଆପଣ ଗୋଟିଏ ସିଲେକ୍ଟ କରିପାରିବେ ।
ଅପସନ ସିଲେକ୍ଟ କରିବା ପରେ ଆପଣଙ୍କୁ କାର୍ଡ ଡିଟେଲ୍ସ ଓ କ୍ୟାପଚା ଦେବାକୁ ହେବ
ଏହାପରେ ପ୍ରୋସିଡ ଉପରେ କ୍ଲିକ କରିବେ
ଏବେ ଆପଣଙ୍କ ସ୍କ୍ରିନ ଉପରେ ମୋବାଇଲ ନମ୍ବରରେ ଗୋଟିଏ ଏସଏମଏସ ଆସିବ, ଯେଉଁଥିରେ ଆକ୍ଟିଭେଟ ନମ୍ବର ଭିନ୍ନ ଭିନ୍ନ ଥିବ
ଆପଣଙ୍କୁ ଦୁଇଟି ମେସେଜରେ ଲେଖାଥିବା ଆକ୍ଟିଭେଟରୁ ଆରମ୍ଭ କରି ରେଫରେନ୍ସ ନମ୍ବର ପର୍ଯ୍ୟନ୍ତ କପି କରିବାକୁ ପଡିବ ଏବଂ ତାହାକୁ ଦୁଇ ମୋବାଇଲ ନମ୍ବରରୁ ୫୬୭୬୭୬ରେ ପଠାଇବାକୁ ପଡିବ
ଏବେ ଆପଣଙ୍କ ଅନଲାଇନ ପ୍ରୋସେସ ସଂପୂର୍ଣ୍ଣ ହେବ

ମୋବାଇଲ ଆପରୁ କରନ୍ତୁ ଲିଙ୍କ
ଆପଣଙ୍କୁ କହିରଖୁଛୁ ଆପଣ ଏସବିଆଇ ମୋବାଇଲ ଆପରୁ ବି ଲଗଇନ କରି ନମ୍ବର ଅପଡେଟ କରିପାରିବେ
ସର୍ବପ୍ରଥମେ ଏସବିଆଇ ମୋବାଇଲ ଆପ ଲଗଇନ କରନ୍ତୁ
ଏହାପରେ ମାଇ ପ୍ରୋଫାଇଲକୁ ଯାଆନ୍ତୁ
ସେଠାରେ ଏଡିଟ ଅପ୍ସନରେ କ୍ଲିକ କରନ୍ତୁ
ଏହାପରେ ନୂଆ ମୋବାଇଲ ନମ୍ବର ଓ ମେଲ ଆଇଡି ଉପରେ କ୍ଲିକ କରନ୍ତୁ
ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଓଟିପି ଆସିବ
ଏହି ଓଟିପି ଦେଇ ସବମିଟ ଉପରେ କ୍ଲିକ କରନ୍ତୁ
ଏହା ମାଧ୍ୟମରେ ବି ଆପଣଙ୍କ ନମ୍ବର ଲିଙ୍କ ହୋଇପାରିବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking