31.1 C
Bhubaneswar
Monday, June 17, 2024
Homeଓଡିଶାତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି : ପାଣ୍ଡିଆନ

ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି : ପାଣ୍ଡିଆନ

ଭୁବନେଶ୍ୱର: ଓଡ଼ିଶାବାସୀ ଓ ଜଗନ୍ନାଥଙ୍କ ଆଶୀର୍ବାଦରେ ତୃତୀୟ ପର୍ୟ୍ୟାୟରେ ହିଁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ  । ଚତୁର୍ଥ ପର୍ୟ୍ୟାୟରେ ବିଜେଡି ଆସନ ସଂଖ୍ୟା ବୃଦ୍ଧି କରିବ । କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭୋଟରେ ବିଜୟୀ ହେବେ । ବିଏସକେୱାଇ କାର୍ଡ ହେଉଛି ଐତିହାସିକ ଯୋଜନା ଯାହା ସାରା ଓଡ଼ିଶାରେ ପ୍ରଭାବ ପକାଇଛି । ଆଗାମୀ ଦିନରେ ଏହି ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ । ସାମ୍ବାଦିକ ସମ୍ମିଳନୀରେ  ପାଣ୍ଡିଆନ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ଭଲ ଫଳାଫଳ ହେବ । ୨୦୧୪ରେ ବିରୋଧୀ ପରିବର୍ତ୍ତନର କଥା କହିଥିଲେ । ଏହା ହେଉଛି ବିରୋଧୀଙ୍କର ରାଜନୈତିକ ଷ୍ଟ୍ରାଟେଜି । କିନ୍ତୁ ଏବେ ପୂରା ଓଡ଼ିଶାରେ ନବୀନ ହାୱା ଚାଲିଛି । ଓଡ଼ିଶାର ପରିବର୍ତ୍ତନ ହେଉଛି । କାରଣ ଓଡ଼ିଶାରେ ରୂପାନ୍ତରଣ ଚାଲିଛି । ନୂଆ ଓଡ଼ିଶା ଗଠନ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆସିଛି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ଏହାସହ ବିରୋଧୀ ବିଜେପିକୁ ନେଇ ପାଣ୍ଡିଆନ କହିଛନ୍ତି, ବିଜେପିର ଟାର୍ଗେଟ ୩୦ ଆସନ ରହିଛି । କିନ୍ତୁ ୩୦ ଆସନରୁ ବିଜେପି କେତେ ପାଉଛି ତାହା ନିର୍ବାଚନ ପରେ ଜାଣିପାରିବେ । ୨୦୧୪, ୨୦୧୯ରେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଆସିଥିଲେ କିନ୍ତୁ ଫଳ କଣ ହେଲା ତାହା ପୂରା ଓଡ଼ିଶାବାସୀ ଦେଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ବିଜେପିକୁ ମହଙ୍ଗା ପଡିବ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନେଇ ପାଣ୍ଡିଆନ କହିଛନ୍ତି, ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇ ଆସନ୍ତୁ କିଭଳି ଓଡ଼ିଶା ଭଳି ଆସାମକୁ ବିକାଶ ପଥରେ ଆଗେଇ ନେବେ । ଏହାସହ ନବୀନ କିଭଳି ୨୪ ବର୍ଷ ପରେ ମଧ୍ୟ ଲୋକପ୍ର୍ରିୟ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରନ୍ତୁ ବୋଲି କହି  କଟାକ୍ଷ କରିଛନ୍ତି ପାଣ୍ଡିଆନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking