35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶକେଦାରନାଥରେ ରିଲ୍ସ କରିବା ୮୪ଜଣ ଯାତ୍ରୀଙ୍କୁ ପଡ଼ିଲା ମହଙ୍ଗା ଭରିଲେ ଜୋରିମାନା

କେଦାରନାଥରେ ରିଲ୍ସ କରିବା ୮୪ଜଣ ଯାତ୍ରୀଙ୍କୁ ପଡ଼ିଲା ମହଙ୍ଗା ଭରିଲେ ଜୋରିମାନା

ରୁଦ୍ରପ୍ରୟାଗ : ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ବିଶ୍ୱ ପ୍ରସିଦ୍ଧ କେଦାରନାଥ ଧାମଙ୍କୁ ଦେଖା କରିବାକୁ ଆସୁଛନ୍ତି। କେଦାରନାଥ ମନ୍ଦିରର ପଚାଶ ମିଟର ବ୍ୟାସାର୍ଦ୍ଧରେ ରିଲ ଏବଂ ଅନ୍ୟାନ୍ୟ ଭିଡିଓ ତିଆରି ଉପରେ ଉତ୍ତରପ୍ରଦେଶ ସରକାର ଏକ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ୱେ ଅନେକ ତୀର୍ଥଯାତ୍ରୀ ମନ୍ଦିର ପରିସରରେ ରିଲ୍ ତିଆରି କରୁଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ସ୍ତରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କାରଣରୁ କିଛିସ୍ଥାନରେ ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଲୋକଙ୍କୁ ରିଲକ୍ସ କରିବାକୁ ବାରଣ କରାଯାଇଛି। ଏହି କ୍ରମ‌ରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ କି ରିଲ୍ସ କରିପାରିବେ ନାହିଁ ବୋଲି ନିକଟରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ନିର୍ଦ୍ଦେଶ ଦେଇଥିଲେ। ରିଲ୍ସ କରିବାକୁ ମନା କରାଯିବା ସତ୍ତ୍ବେ କିଛି ପର୍ଯ୍ୟଟକ ଏହାକୁ ଅଣଦେଖା କରିଥିଲେ। ଯେଉଁ କାରଣରୁ ୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି। ସେମାନଙ୍କ ଠାରୁ ଜୋରିମାନା ରାଶି ଆଦାୟ ହୋଇଛି। ରି‌ପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀଙ୍କ ରିଲ୍ସ ପ୍ରତିବଦ୍ଧକ ପରେ ସରକାରୀ ପାଣ୍ଠିରେ ୩୦ହଜାର ଟଙ୍କାର ଜମା ହୋଇଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀକୁ ଚରିଧାମଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଋଷିକେଶରେ ଚାରିଧାମ ଯାତ୍ରାରେ ଯାଉଥିବା ଯାନବାହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଗଡ଼ୱାଲ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକାଳୀ ଚେକ୍ ପୋଷ୍ଟରେ ସ୍ଲଟ୍ ଅଧୀନରେ ଯିବାକୁ ଅନୁମତି ଦିଆଯିବ। ପରିବହନ ବିଭାଗ ଯାନବାହନ ଯାଞ୍ଚ କରୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking