30.1 C
Bhubaneswar
Friday, April 26, 2024
Homeକରୋନାଉତ୍ତରାଖଣ୍ଡ ସଚିବାଳୟରେ ୩୦ରୁ ୩୫ କର୍ମଚାରୀ କରୋନା ଆକ୍ରାନ୍ତ

ଉତ୍ତରାଖଣ୍ଡ ସଚିବାଳୟରେ ୩୦ରୁ ୩୫ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ବଡ ଖବର ସାମ୍ନାକୁ ଆସିଛି । ସେଠାରେ ସଚିବାଳୟରେ ୩୦ରୁ ୩୫ ଜଣ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡ ସଚିବାଳୟ ସଂଘ ସଚିବାଳୟକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ କାଲି ଜରୁରୀକାଳିନ ବୈଠକ ଡକାଇଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ଦୃତବେଗରେ ମାଡିବାରେ ଲାଗିଛି ।
ଆପଣଙ୍କୁ କହିରଖୁଛୁ ଯେ, ଉତ୍ତରାଖଣ୍ଡରେ ବୁଧବାର କରୋନା ସଂକ୍ରମଣ ମାମଲାରେ ଗୋଟିଏ ଦିନରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ରାଜ୍ୟରେ ୪୮୦୨ ନୂଆ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କ ମିଶାଇ ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୪୦୧୨ ହୋଇଛି । ଏହାବ୍ୟତୀତ ୩୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ସଂଖ୍ୟା ରାଜ୍ୟରେ ୧୯୫୩ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking