30.1 C
Bhubaneswar
Saturday, May 4, 2024
Homeଓଡିଶାକୁଅରେ ପଡି ମହିଳାଙ୍କ ମୃତ୍ୟୁ

କୁଅରେ ପଡି ମହିଳାଙ୍କ ମୃତ୍ୟୁ

ଭୁବନ : ପାଣି କାଢୁଥିବା ବେଳେ କୈାଣସି କାରଣରୁ ଗୋଡ ଖସିଯିବାରୁ କୁଅରେ ପଡିଯାଇଥିଲେ ମହିଳା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ପାଣି କାଢୁଥିବା ସମୟରେ କୁଅରେ ପଡିଯିବା ଦ୍ୱାରା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମର ସୁରେଶ ପଣ୍ଡାଙ୍କ ଝିଅ ସ୍ୱର୍ଣ୍ଣମୟୀ ଶତପଥୀ (୩୦) ବୋଲି ଜଣା ପଡିଛି । ପରିବାର ଲେକେ କୁଅରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନ ମେଡିକାଲରେ ଭର୍ତି କରିଥିଲେ ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସ୍ୱର୍ଣ୍ଣମୟୀର ୨୦୧୦ ମସିହାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୁଇଁପୁର ସ୍ଥିତ ମାଧବୋଲୁଅ ଗ୍ରାମର ସନ୍ଦିପ ଶତପଥୀଙ୍କ ସହିତ ବୈଦିକ ରିତିରେ ବିବାହ ହୋଇଥିଲା । ସ୍ୱାମୀ ସନ୍ଦିପଙ୍କର ଅନ୍ୟ ମହିଳାଙ୍କ ସହିତ ଅନୈତିକ ସଂପର୍କ ଅଭିଯୋଗ ଏବଂ ଦ୍ୱିତୀୟ ବିବାହ ଯୋଗୁଁ ଥାନାରେ ମାମଲା ହୋଇଥିବା ବେଳେ କୋର୍ଟରେ ବିଚରାଧୀନ ରହିଛି । ତେଣୁ ଆଜକୁ ୪ ବର୍ଷ ହେବ ସ୍ୱର୍ଣ୍ଣମୟୀ ମାନସିକ ଚାପରେ ରହି ଆସୁଥିଲେ । ତାଙ୍କ ବାପା ସୁରେଶ ପଣ୍ଡା ଭୁବନ ଥାନାରେ ସୁଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଚିଂ ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking